Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ସେମାନେ ଏବେ ଆଗରେ ଅଛନ୍ତି । ତେବେ ଭୋଟିଂ ବନ୍ଦ ହେବା ପରେ ବି ଜାରି ରହିଛି ମତଦାନ । ଯାହାକି ନିୟମ ଉଲଂଘନ । ଏପରି କରିବା ଦ୍ୱାରା ଫଳାଫଳକୁ ଚୋରି କରିବାକୁ ବିରୋଧୀ ଉଦ୍ୟମ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ଭୋଟ୍ ଚୋରି ହେବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଜାରି ରହିଥିବା ବେଳେ ନିଜ ବିଜୟ ନେଇ ପୁଣି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେ ନିଶ୍ଚିତ ଭାବେ ଜିତିବୁ ବୋଲି ସେ କହିଛନ୍ତି। କିଛି କୁଚକ୍ରୀ ଭୋଟ ଚୋରି କରିଥିବା ସେ ଅଭିଯୋଗ କରିଛିନ୍ତି ଟ୍ରମ୍ପ। ଯଦି କିଛି ଗଡ଼ବଡ଼ ଜଣାପଡ଼େ, ସୁପ୍ରିମକୋର୍ଟ ଯିବୁ ବୋଲି ସେ କହିଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋଲାନ୍ସ ଟ୍ରମ୍ପ ଏବଂ ଡେମୋକ୍ରୋଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡା ମୁକାବିଲା ହେଉଛି। ଭୋଟ ଗଣତିରେ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୧୬ଟି ରାଜ୍ୟରେ ବିଜୟୀ ହୋଇଥିବାବେଳେ ଜୋ ବାଇଡେନ୍ ୧୩ଟି ରାଜ୍ୟରେ ବିଜୟୀ ହୋଇଛନ୍ତି।

ଭୋଟ ଗଣତିରେ ବର୍ତ୍ତମାନ ସୁଦ୍ଧା ବାଇଡେନଙ୍କ ସପକ୍ଷରେ ୨୨୭ ଓ ଟ୍ରମ୍ପଙ୍କ ସପକ୍ଷରେ ୨୧୮ ଇଲୋକ୍ଟ୍ରୋରାଲ ଭୋଟ୍ ରହିଛି। ପ୍ରାଥମିକ ପର୍ଯ୍ୟାୟ ଗଣତିରେ ଟ୍ରମ୍ପଙ୍କ ଠାରୁ ବାଇଡେନ ଆଗୁଆ ଅଛନ୍ତି। ଫ୍ଲୋରିଡା, ଜର୍ଜିଆ, ଓହାଇଓ ରାଜ୍ୟରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା ହୋଇଛି। ଓହାଇଓ, ନର୍ଥ କାରୋଲିନା ଏବେ ପେନସିଲଭାନିଆରେ ଜୋ ବାଇଡେନ ଆଗୁଆ ରହିଛନ୍ତି। ଅନେକ ରାଜ୍ୟରେ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Leave A Reply

Your email address will not be published.