Latest Odisha News

ହଠାତ୍ ବାନ୍ତି କିପରି ନିୟନ୍ତ୍ରଣ କରିବେ ? ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର…

ନୂଆଦିଲ୍ଲୀ: ସାଧାରଣତଃ ଆମେମାନେ କାର୍, ଟ୍ରେନ୍ କିମ୍ବା ବସ୍ ରେ ଯାତ୍ରା କରିବାକୁ ପସନ୍ଦ କରିଥାଉ  । କିନ୍ତୁ କିଛି ଯାତ୍ରା କରିବା ସମୟରେ ଅସୁସ୍ଥତା ଅନୁଭବ କରନ୍ତି ବା ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି  । ଯେଉଁଥିପାଇଁ ସେମାନେ ଯାତ୍ରା କରିବା ସମୟରେ ନିଜକୁ ବହୁତ ଦୁର୍ବଳ ଅନୁଭବ କରନ୍ତି  । ଏପରି ପରିସ୍ଥିତିରେ, ଆପଣଙ୍କର ସମଗ୍ର ଯାତ୍ରା ନଷ୍ଟ ହୋଇଯାଏ ।  ତେବେ ଆସନ୍ତୁ ଜାଣିବା କିପରି ଆମେ ଏହି ସମସ୍ୟାର ସମାଧାନ କରିପାରିବା ?

ବାନ୍ତି ହେବାର ଅନେକ କାରଣ ଥାଇପାରେ  । ଯେପରିକି ବିଷାକ୍ତ ଖାଦ୍ୟ, ଗତି ଅସୁସ୍ଥତା ଏବଂ ଯାତ୍ରା କରିବା ସମୟରେ ଖାଇଥିବା ଖାଦ୍ୟ ହଜମ ନ ହେବା  । ଏପରି ପରିସ୍ଥିତିରେ ଆପଣମାନେ କିଛି ଘରୋଇ ଉପଚାରକୁ ଆପଣାଇ ପାରିବେ  । ଯାହାଦ୍ବାରା ଆମେ ବାନ୍ତି ରୋକି ପାରିବା । ଗୁଜୁରାତି  ଖାଇବା ଦ୍ବାରା ସହଜରେ ଆମେ ବାନ୍ତି ରୋକି ପାରିବା  । ଯେକୌଣସି ଉପାୟରେ ଆପଣମାନେ ଏହାକୁ ରୋକି ପାରିବେ । କିନ୍ତୁ ଏହାକୁ ଚୋବାଇ ଖାଇବା ଦ୍ବାରା ଅଧିକ ଲାଭ ମିଳିଥାଏ  । ବାନ୍ତି ରୋକିବାକୁ ଲେମ୍ବୁ ମଧ୍ୟ ଖାଇପାରିବା  ।  ଏଥିରେ ଥିବା ଭିଟାମିନ୍ ସି ଏହି ସମସ୍ୟାକୁ ରୋକିବାରେ ସକ୍ଷମ ହୁଏ  । ଆପଣ ଲେମ୍ବୁ ଖାଇପାରିବେ କିମ୍ବା ଲେମ୍ବୁ ପାଣି ମଧ୍ୟ ପିଇପାରିବେ ।

ଯେତେବେଳେ ଆପର ମାନେ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ କୁ ଯାଆନ୍ତି , ସେଠାରେ ଖାଇବା ପରେ ପାନ ମଧୁରି ଦିଆଯାଏ  । ଏହା କେବଳ ମାଉଥ୍ ଫ୍ରେସନର ଭାବରେ କାମ କରେନି  । ଏହା ବାନ୍ତି ରୋକିବାରେ ମଧ୍ୟ ସହାୟକ ହୁଏ  ।  ଏହାର ସ୍ୱାଦ ବାନ୍ତି ବନ୍ଦ କରିବାକୁ ସକ୍ଷମ ହୁଏ  ।  ଆପଣ ଏହାକୁ ଅନେକ ଉପାୟରେ ଖାଇପାରିବେ  । ସେହିପରି ବାନ୍ତି ରୋକିବାକୁ ଲବଙ୍ଗ ମଧ୍ୟ ଖାଇପାରିବେ  । ଯାହାକି ପ୍ରତ୍ୟେକଙ୍କ ଘରେ ମହଜୁଦ ରହିଥାଏ  । ବାନ୍ତି ରୋକିବାକୁ ଲବଙ୍ଗ ଅତ୍ୟନ୍ତ ଲାଭଦାୟକ  । ଏକ ଚାମଚ ଲବଙ୍ଗ ନେଇ ଆପଣ ଏହାକୁ ଫୁଟାଇ ମଧ୍ୟ ପିଇପାରିବେ  ।  ଯାହା ବେଶୀ ପ୍ରଭାବଶାଳୀ ହୋଇପାରିବ  ।

Comments are closed.