ଭୁବନେଶ୍ବର : ଆଜିକାଲି ଖବର ଆସୁଛି ଅପମିଶ୍ରଣ , ନକଲି ମସଲା ଖବର । ତେବେ ଚିନ୍ତା କରନ୍ତୁ ନାହିଁ ନିଜେ ଅତି ସହଜରେ ଘରେ ବନାନ୍ତୁ ‘ସମ୍ବର ମସଲା’। ଦୋସା, ଇଟିଲି ସହ ଖାଇ ପାରିବେ ଏହି ସମ୍ବର ମସଲାରେ ତିଆରି ସୁଆଦିଆ ସମ୍ବର ..
ସାମଗ୍ରୀ-
୩୦ ଭୃସଙ୍ଗ ପତ୍ର
୪ ଚାମଚ ଗୋଟା ଧନିଆ
୧ ଚାମଚ ସୋରିଷ
୧ ଚାମଚ ମେଥି ଦାନା
୧ ଚାମଚ ଜିରା
୨ ଚାମଚ ବିରି
୨ ଚାମଚ ଚଣା ଡାଲି
ଟିକେ ହେଙ୍ଗୁ
୧ ଚାମଚ ହଳଦୀ ଗୁଣ୍ଡ
୫ଟି ନାଲି ଲଙ୍କା
୪ଟି ଅଳେଇଚ
୧/୨ ଚାମଚ ଗୋଲମରିଚ
୧୨ଟି ଲବଙ୍ଗ
୩ଟି ଡାଲଚିନ
ପ୍ରଣାଳୀ-
ସର୍ବପ୍ରଥମେ ଡାଲିକୁ ମଧ୍ୟମ ଆଞ୍ଚରେ ଭାଜିବେ । ହାଲୁକା ବାଦାମୀ ହେବା ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭାଜନ୍ତୁ । ଡାଲି ଭାଜି ହୋଇଗଲେ ଗୋଟା ଧନିଆ, ମେଥି ଦାନା,ଜିରା , ସୋରିଷ ପକେଇକି ୨ ମିନିଟ୍ କମ୍ ଆଞ୍ଚରେ ଭାଜନ୍ତୁ । ୨ ମିନିଟ୍ ପରେ ଅଳେଇଚ, ଭୃସଙ୍ଗ ପତ୍ର , ଗୋଲମରିଚ ପକେଇକି ପୁଣି ୨ମିନିଟ୍ ଯାଏଁ ଭାଜନ୍ତୁ । ଏହି ସବୁ ଭାଜି ହୋଇଗଲେ ୨ ମିନିଟ୍ ପରେ ହେଙ୍ଗୁ, ହଳଦୀ ପକାନ୍ତୁ ।
ଏହାପରେ ଏହିସବୁକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ମସଲା ଥଣ୍ଡା ହୋଇଗଲା ପରେ ଗ୍ରାଇଣ୍ଡରରେ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ଏବେ ଆପଣଙ୍କର ‘ସମ୍ବର ମସଲା’ ପ୍ରସ୍ତୁତ ହୋଇଗଲା ।
Comments are closed.