Latest Odisha News

ନୂଆବର୍ଷରେ ରୋଗରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଟିପ୍ସ…

ଭୁବନେଶ୍ବର: ନୂଆବର୍ଷ ଆସି ଯାଇଛି ଏବଂ ସମସ୍ତେ ଭଲ ସ୍ୱାସ୍ଥ୍ୟ ସହିତ ବର୍ଷ ଆରମ୍ଭ କରିବାକୁ ଚାହାଁନ୍ତି। ଆସନ୍ତୁ ଜାଣିବା ଏହିପରି କିଛି ପ୍ରାକୃତିକ ଉପାୟ ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଜବୁତ କରିବ । ନୂତନବର୍ଷର ପ୍ରଥମ ଦିନରେ ସଂକଳ୍ପ କରି ଯୋଗକୁ ନିଜର ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରନ୍ତୁ ।

– ଶୀଘ୍ର ଉଠି ଯୋଗ କରନ୍ତୁ । ପୁଷ୍ଟିକର ଖାଇବା ଖାଆନ୍ତୁ । ଅଧିକ ଡିପ୍ ଫ୍ରାଏ ଖାଦ୍ୟ ଖାଇବା କମ୍ କରନ୍ତୁ । ଭଲ ନିଦରେ ଶୁଅନ୍ତୁ । ଦିନକୁ ଚାରି ଲିଟର ପାଣି ଅତିକମ୍ ରେ ପିଅନ୍ତୁ ।

– ଗରମ ଓ ଫ୍ରେସ୍ ଖାଇବା ଖାଆନ୍ତୁ । ଖାଇବାରେ ସବୁଜ ପନିପରିବା ସାମିଲ କରନ୍ତୁ । ସିଜନାଲ୍ ଫଳ ଖାଆନ୍ତୁ । ଖାଦ୍ୟରେ ଦହି, ଘୋଳଦହି ସାମିଲ କରନ୍ତୁ ।

– ଯୋଗ କରିବା ଦ୍ବାରା ଥାଇରଡ୍, ଆଣ୍ଠୁଗଣ୍ଠି ରୋଗ, ମଧୁମେହ, ହାର୍ଟ ରୋଗ, ଲିଭର , ଫୁସଫୁସ୍ ପାଇଁ ଲାଭଦାୟକ ଅଟେ ।

– ମେଦ ବହୁଳତା କମାନ୍ତୁ । ଓଜନ ହ୍ରାସ ପାଇଁ ଅଦା- ଲେମ୍ବୁ ଚା ପିଅନ୍ତୁ । ରାତିରେ ଗୋଟିଏ ଚାମଚ ତ୍ରିଫଳା ଚୂର୍ଣ୍ଣକୁ ଉଷୁମ ପାଣିରେ ମିଶେଇ କି ପିଅନ୍ତୁ । ସେହିପରି ତିନି-ଛଅ ଗ୍ରାମ ଡାଲଚିନି, ୨୦୦ ଗ୍ରାମ ପାଣିରେ ଫୁଟେଇକି ପିଅନ୍ତୁ , ସେଥିରେ ମହୁ ଏକ ଚାମଚ ମିଶେଇ ପାରିବେ ।

– ମଧୁମେହକୁ କଣ୍ଟ୍ରୋଲ କରିବାକୁ କାକୁଡି-କଲରା- ଟମାଟୋ ଜୁସ୍ ପିଅନ୍ତୁ । ଗିଲୋଇ କାଢା ପିଅନ୍ତୁ ।

– ହାର୍ଟ ମଜବୁତ କରିବାକୁ ହେଲେ ଅର୍ଜନ ଛାଲ- ଏକ ଚାମଚ, ଡାଲଚିନି- ଦୁଇ ଗ୍ରାମ, ତୁଳସୀ ପତ୍ର- ପାଞ୍ଚଟି ନେଇ ଫୁଟେଇ ପିଅନ୍ତୁ । ପ୍ରତିଦିନ ପିଇଲେ ହାର୍ଟ ପାଇଁ ଭଲ ।

– ମସ୍ତିଷ୍କ ପାଇଁ ଅଖରୋଟ, ଗ୍ରୀନ ଟି, ହଳଦୀ କ୍ଷୀର, ଦହି, ଅଳସୀ , ଚଣା ଖାଆନ୍ତୁ ।

– ଫୁସଫୁସ୍ କୁ ମଜବୁତ କରିବାକୁ ପ୍ରାଣାୟମ କରନ୍ତୁ ।

– ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ଲୁଣ କମ୍ ଖାଆନ୍ତୁ । ନିୟମିତ ଯୋଗ- ପ୍ରାଣାୟମ କରନ୍ତୁ । ଓଜନ ହ୍ରାସ କରନ୍ତୁ । ମଦ ପିଅନ୍ତୁ ନାହିଁ । ଧୁମ୍ରପାନ ଠାରୁ ଦୂରେଇ ରୁହନ୍ତୁ ।

 

 

Comments are closed.