Latest Odisha News

BREAKING NEWS

କଲ୍ ସେଣ୍ଟର୍‌ରେ କାମ କରିବା ପୂର୍ବରୁ ନିଜକୁ କିପରି ପ୍ରସ୍ତୁତ କରିବେ?

ଭୁବନେଶ୍ବର: ଆଜିକାଲି ବେରୋଜଗାରୀ ସମସ୍ୟା ବଢିବାର ଲାଗିଛି । ଏହି ସମୟରେ ଲକ୍ଷ ଲକ୍ଷ ଯୁବ ବର୍ଗଙ୍କୁ ଚାକିରୀ ଦେବାରେ କଲ୍ ସେଣ୍ଟର୍‌ର ମୁଖ୍ୟ ଭୂମିକା ରହିଛି । ଦଶମ ପାସ୍ ହେଉ ଅବା ଦ୍ୱାଦଶ ପାସ୍ କିମ୍ବା ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ କଲ୍ ସେଣ୍ଟର୍‌ରେ ଚାକିରୀ କରିବାରର ସୁଯୋଗ ମିଳିଥାଏ । ଯଦି ଆପଣ କଲ୍ ସେଣ୍ଟର୍‌ରେ ଚାକିରୀ କରିବାକୁ ଚାହୁଁଛନ୍ତି ତ ପ୍ରଥମେ ନିମ୍ନ ଲିଖିତ ତଥ୍ୟ ବିଷୟରେ ଜାଣି ରଖନ୍ତୁ ..

କଲ୍ ସେଣ୍ଟର୍ କ’ଣ?
ଏହାକୁ ବିପିଓ କୁହାଯାଏ । ଏହାର ସମ୍ପୂର୍ଣ୍ଣ ଅର୍ଥ ହେଲା ‘ବିଜନେସ୍ ପ୍ରୋସେସ୍ ଆଉଟ୍‌ସୋରସିଙ୍ଗ୍‌’ ।

କଲ୍ ସେଣ୍ଟର୍ ୨ପ୍ରକାରର ଥାଏ ।

୧. ଇନ୍ ବଣ୍ଡ କଲ୍ ସେଣ୍ଟର୍‌
୨.ଆଉଟ୍ ବଣ୍ଡ କଲ୍ ସେଣ୍ଟର୍‌

ଇନ୍ ବଣ୍ଡ କଲ୍ ସେଣ୍ଟର୍ – ଏଥିରେ ଗ୍ରାହକ ନିଜର ସମସ୍ୟାକୁ ନେଇ କଲ୍ କରିଥାନ୍ତି ।
ଆଉଟ୍ ବଣ୍ଡ କଲ୍ ସେଣ୍ଟର୍‌- ଏଥିରେ କଷ୍ଟମର୍ କେୟର ଗ୍ରାହକ ମାନଙ୍କୁ କଲ୍ କରଥାନ୍ତି ।

ଏଥିରେ କାମ କରିବା ପାଇଁ ଜରୁରୀ ଦକ୍ଷତା:
-ଆପଣଙ୍କୁ ହିନ୍ଦୀ ଓ ଇଂରାଜୀ ଭାଷା ସହ ନିଜର ମାତୃଭାଷାରେ ଜ୍ଞାନ ଥିବା ଆବଶ୍ୟକ
-କମ୍ପ୍ୟୁଟର ଜ୍ଞାନ ଓ ଟାଇପିଙ୍ଗ୍ ଆସୁଥିବା ଜରୁରୀ
-ଆପଣଙ୍କୁ ଭଲ ଶ୍ରୋତା ହେବା ଆବଶ୍ୟକ
-ବୁଝିବା ଶକ୍ତି ଥିବା ଆବଶ୍ୟକ
-ନିଜ କଥା ସ୍ପଷ୍ଟ ଭାବରେ ରଖି ପାରୁଥିବା କୌଶଳ ଜଣା ଥିବା ଦରକାର

ଟ୍ରେନିଙ୍ଗ୍‌:

-ସେଠାରେ ପ୍ରଥମେ କର୍ମଚାରୀଙ୍କୁ ଟ୍ରେନିଙ୍ଗ୍ ଦିଆଯାଏ । ଯେଉଁ ସ୍ଥାନୀୟ ଲୋକଙ୍କ ସହ କଥାବର୍ତ୍ତା ହେବାର ସେମାନଙ୍କର ଥାଏ ,ସେଠାକାର ବାସିନ୍ଦାଙ୍କ କଥାବାର୍ତ୍ତା ଶୈଳୀ ଶିଖାଯାଏ । ମୁଖ୍ୟତଃ ଫୋନ୍‌ରେ କିପରି ଗ୍ରାହକମାନଙ୍କ ସମସ୍ୟା ଶୁଣିବ ତାହା ଶିଖେଇଥାନ୍ତି ।
– ଗ୍ରାହକଙ୍କ ସହ କଥା ହେଲା ବେଳେ କିଛି ବିଶେଷ ଶବ୍ଦର ବ୍ୟବହାର କରାଯାଏ । ଯେପରି ନମସ୍କାର, ଠିକ୍ ଅଛି, ଆଜ୍ଞା, ଧନ୍ୟବାଦ, ଆପଣଙ୍କ ଦିନ ଶୁଭମୟ ହେଉ ଆଦି ।
– ଯଦି ଗ୍ରାହକ ଅଭଦ୍ର ଭାଷା ପ୍ରୟୋଗ କରୁଛି, ସେହି ପରିସ୍ଥିତିକୁ କିପରି ସମ୍ଭାଳିବେ ତାହା ମଧ୍ୟ ଶିକ୍ଷା ଯାଏ ।
-ସେମାନଙ୍କର ସ୍କ୍ରିପ୍ଟ ମଧ୍ୟ ଥାଏ । ସେହି ଅନୁସାରେ ଗ୍ରାହକଙ୍କ ସହ କଥା ହୋଇଥାନ୍ତି ।
-ଟ୍ରେନିଙ୍ଗ୍‌ରେ କଲ୍‌ରେ କଥା ହେବାର ଅଭ୍ୟାସ କରାଯାଏ । ସେହି ସମୟରେ ଅଡିଟର୍ କଲ୍ ରେକଡିଂ ଶୁଣେ ଓ ସେ କହିବା ଶୈଳୀରେ କ’ଣ ତ୍ରୁଟି ରହୁଛି ସଂଶୋଧନ କରବାରେ ସାହାଯ୍ୟ କରିଥାଏ ।

ଇଣ୍ଟରଭ୍ୟୁ:
ଇଣ୍ଟରଭ୍ୟୁରେ ପ୍ରାର୍ଥୀର କମ୍ୟୁନିକେଶନ୍ ସ୍କିଲ୍ ଭଲ ଅଛି କି ନାହିଁ, ମଲ୍ଟି ଟାସ୍କିଙ୍ଗ୍ ସ୍କିଲ୍‌, ବିନମ୍ରତା ଭାବ ଓ ଧୈର୍ଯ୍ୟ ଆଦିକୁ ବିଶେଷ ଧ୍ୟାନ ଦିଆଯାଏ ।

 

 

Comments are closed.