Latest Odisha News

ମୋବାଇଲରୁ ଡିଲିଟ ଫଟୋ, ଭିଡିଓ ପାଇବେ କେମିତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ସ୍ମାର୍ଟ ଫୋନର ବ୍ୟବହାର ଖୁବ ବଢିଗଲାଣି । ୟୁଜର୍ସ ଅତି ଜରୁରୀ ଫାଇଲକୁ ବି ନିଜ ସ୍ମାର୍ଟ ଫୋନରେ ଷ୍ଟୋର କରି ରଖିବା ଅଭ୍ୟାସରେ ପକାଇ ଦେଲେଣି । ତେବେ ସମସ୍ୟା ହେଉଛି, ଯଦି କେବେ ଫୋନ ଖରାପ ହୋଇ ଯାଏ ବା ହଜିଯାଏ ତେବେ କ’ଣ ହେବ ? ଷ୍ଟୋର ହୋଇଥିବା ଫାଇଲ ଏବଂ ଫଟୋ ମିଳିବ ତ  ? ଯଦି ଫୋନ ନ ମିଳେ ତେବେ ଡାଟା ରିକଭରି କରିପାରିବେ ତ ? ବ୍ୟସ୍ତ ହୁଅନ୍ତୁନି, କେମିତି ଟେକ୍ନିକ ପ୍ରୟୋଗ କଲେ ଆପଣ ଡାଟା ରିକଭରି କରିପାରିବେ  ତାହା ଆପଣଙ୍କୁ ଆମେ କହିବୁ ।

ଯଦି ଆପଣ ଗୁଗୁଲ ଡାଟା ବ୍ୟାକଅପ ଅନ କରି ରଖିଛନ୍ତି ତେବେ ଆପଣଙ୍କ ଡାଟା ସେଠାରେ ବ୍ୟାକଅପ ଭାବେ ରହିଯିବ । ଏହାକୁ ଆପଣ ସହଜରେ ରିକଭରି କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଗୁଗୁଲ ଆଇଡି କିମ୍ବା କ୍ଲାଉଡ ଆଇଡି ଲଗଇନ କରିବାକୁ ପଡ଼ିବ ।

ଆପଲ ଡିଭାଇସରେ ଡାଟା iCloudରେ ଆପେ ଫପେ ସେଭ ହୋଇ ରହିଯାଏ । ଏହାର ବ୍ୟବହାର କରବା ପାଇଁ ଆପଲ ଅଇଡିର ବ୍ୟବହାର କରିପାରିବେ । ଏହାଦ୍ୱାରା ଆପେ ଆପେ ଆପଣଙ୍କ ଲାଷ୍ଟ ଡାଟା ନୂଆ ମୋବାଇଲରେ ସେଭ ହୋଇଯିବ । କ୍ଲାଉଡ ଡିଭାଇସ ଆପଣଙ୍କୁ ଡାଟା ରିକଭରିରେ ସାହାଯ୍ୟ କରିବ ।

ଏହାବ୍ୟତୀତ ଆଜିକାଲି ଅନଲାଇନରେ କେତେଗୁଡିଏ ଆପ ମିଳିଯାଇ ପାରିବ ଯାହା ସାହାଯ୍ୟରେ ବି ଆପଣ ଡିଲିଟେଡ ଡାଟା ରିକଭରି କରିପାରିବେ । ଏଥିପାଇଁ ଆପଣ Fonepaw ରିକଭରି ଟୁଲର ସାହାଯ୍ୟ ନେଇ ପାରିବେ । ତେବେ ଯଦି ଆପଣଙ୍କ ଡାଟା କମ ଅଛି ତେବେ ମାଗଣାରେ ଏହା ପାଇପାରିବେ । ନଚେତ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ ।

ଯଦି ଆପଣଙ୍କ ଡାଟା ମାଇକ୍ରୋ ଏସଡି କାର୍ଡରେ ଥାଏ ତେବେ ଏହାକୁ ବ୍ୟବହାର କରି ମଧ୍ୟ ଆପଣ ଡାଟା ରିକଭରି କରିପାରିବେ । ଏଥିପାଇଁ ମଧ୍ୟ ଆପଣଙ୍କୁ ରିକଭରି ଟୁଲର ସାହାଯ୍ୟ ନେବାକୁ ପଡ଼ିବ । ମାଇକ୍ରୋ ଏସଡି କାର୍ଡକୁ ପିସିରେ ଆଡପ୍ଟର ସାହାଯ୍ୟରେ ଲଗାଇ ଏବଂ ରିକଭରି ଟୁଲ ସାହାଯ୍ୟ ନେଇ ଡାଟା ରିକଭରି କରିପାରିବେ ।

Comments are closed.