Latest Odisha News

BREAKING NEWS

ଏହିଭଳି ଭାବରେ ରିଷ୍ଟୋର କରନ୍ତୁ ହ୍ଵାଟ୍ସଆପରେ ଡିଲିଟ ହୋଇଯାଇଥିବା ମେସେଜ !

ଭୁବନେଶ୍ୱର: ଆଜିର ଆଧୁନିକ ଯୁଗରେ ଆବାଳ ବୃଦ୍ଧ ବନିତା ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଗଲେଣି । ବିଶେଷ କରି ହ୍ଵାଟ୍ସଆପ ଓ ଫେସବୁକ ସହ ।

ହ୍ଵାଟ୍ସଆପ ଆମର ଉଭୟ ପର୍ସନାଲ ଓ ପ୍ରଫେସନାଲ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହା ମାଧ୍ୟମରେ ଅନେକ ଦରକାରୀ କାର୍ଯ୍ୟ ମଧ୍ୟ ସମ୍ପାଦନା ହୋଇଥାଏ । ତେବେ ବେଳେବେଳେ ହ୍ଵାଟ୍ସଆପରୁ ଆମ ଅଜାଣତରେ ଅଥବା ଭୁଲ ବଶତଃ କିଛି ଦରକାରୀ ମେସେଜ ଡିଲିଟ୍ ହୋଇଯାଏ । ଯାହାପାଇଁ ଆପଣ ବ୍ୟସ୍ତ ବିବ୍ରତ ମଧ୍ୟ ହୋଇ ଯାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର ପ୍ରତିକାର ସମ୍ବନ୍ଧରେ ।

ଆସନ୍ତୁ ଜାଣିବା କଣ କଲେ ଡିଲିଟ ହେଇଯାଇଥିବା ମେସେଜ ପୁଣି ପାଇ ପାରିବ

୧. ଆପଣଙ୍କ ସ୍ମାର୍ଟ ଫୋନରେ ହ୍ୱାଟ୍ସ ଆପ ଥିବା ଜରୁରୀ

୨. ଇଣ୍ଟରନେଟ କନେକ୍ସନ ସକ୍ରିୟ ଥିବା ଆବଶ୍ୟକ

୩. ଆପଣଙ୍କ ଫୋନ ଆଣ୍ଡ୍ରଏଡ ୪.୪ କିମ୍ବା ତା’ଠୁ ଉପର ଭର୍ସନର ହେଇଥିବା ଆବଶ୍ୟକ

ଡିଲିଟ ମେସେଜ ରିଷ୍ଟୋର କରିବା ଉପାୟ…..

-ପ୍ଲେ ଷ୍ଟୋରକୁ ଯାଇ ନୋଟିଫିକେସନ ହିଷ୍ଟ୍ରୀ ଆପ ଡାଉନଲୋଡ଼ କରନ୍ତୁ ।

-ଆପ ଡାଉନଲୋଡ଼ ହେଲା ପରେ ଓପନ କରି ନୋଟିଫିକେସନ ଏବଂ ଆଡମିନିଷ୍ଟ୍ରେଟର ର ପରମିସନ ଦିଅନ୍ତୁ ।

-ଏହା ପରେ ଆପ ସମସ୍ତ ନୋଟିଫିକେସନ ହିଷ୍ଟ୍ରୀ ରେକର୍ଡ କରିବା ଆରମ୍ଭ କରିବ ।

-ଏହା ପରେ ହ୍ୱାଟ୍ସ ଆପକୁ ଯାଆନ୍ତୁ।

-ଯେଉଁ ବ୍ୟକ୍ତିଙ୍କ ମେସେଜ ରିଷ୍ଟୋର କରିବାକୁ ଚାହୁଁଛନ୍ତି ତାଙ୍କ ନମ୍ବର ବା ନାଁକୁ ଟ୍ୟାପ କରନ୍ତୁ ।

-ଡିଲିଟ ହୋଇଥିବା ମେସେଜ ପୁଣି ପାଇବେ
ଏହି ଆପ ସେହି ମେସେଜଗୁଡିକୁ ହିଁ ରିଷ୍ଟୋର କରିପାରିବ ଯାହାର ନୋଟିଫିକେସନ ଫୋନରେ ଆସିଥିବ କିମ୍ବା ଆପଣ ପଢ଼ିସାରିଥିବେ ।

Leave A Reply

Your email address will not be published.