Latest Odisha News

BREAKING NEWS

ଭାରତ ବନ୍ଦ ଯୋଗୁଁ ପାରାଦୀପରେ ଅଚଳାବସ୍ଥା; ବନ୍ଦ ରହିଲା ଅଧିକାଂଶ କାରଖାନା

ପାରାଦୀପ: ଦେଶର ୧୦ଟି ଟ୍ରେଡ୍ ୟୁନିଅନ ଓ ୫୪ଟି ସ୍ବାଧିନ ଫେଡେରେସନ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ପାରାଦୀପ ରେ ପାଳିତ ହୋଇଛି।

ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସରକାରୀ ଉଦ୍ୟୋଗକୁ ଘରୋଇକରଣ, ୪୪ ଟି ଶ୍ରମ ଆଇନକୁ ୪ଟି କୋଡରେ ବିଭକ୍ତ କରିବାର ମସୁଧା ପ୍ରଭୁତି ୧୨ ଦଫା ଦାବୀକୁ ନେଇ ଆଜି ଏହି ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଙ୍ଗଠନ।

ଯାହାଫଳରେ ପାରାଦୀପ ବନ୍ଦରରେ ପଣ୍ୟ ପରିବହନରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଇଫକୋ, ଏଷାର, ପିପିଏଲ୍, ଆଇ ଓ ସି ଏଲ ପ୍ରଭୃତି ପାରାଦୀପର ସମସ୍ତ କାରଖାନାରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସ୍ବତଃପୂତ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ସରକାରୀ ନିର୍ଦ୍ଦେଶ ଅନୁସାରେ ସମସ୍ତ ସ୍କୁଲ୍, କଲେଜ ମଧ୍ୟ ବନ୍ଦ ରହିଛି ।ବିଭିନ୍ନ ସ୍ଥାନରେ ଟ୍ରେଡ୍ ୟୁନିଅନ ଗୁଡିକ ପକ୍ଷରୁ ପିକେଟିଂ କରାଯାଉଛି। ବନ୍ଦରର ୩ ଓ ୪ ନମ୍ବର ଗେଟ୍ ନିକଟରେ ଶ୍ରମିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ତେବେ କେନ୍ଦ୍ର ସରକାର ୪୪ ଶ୍ରମ ଆଇନକୁ ୪ଟି କୋଡରେ ବିଭକ୍ତ କଲେ ଶ୍ରମିକ ମାନେ ଗୋତି ଶ୍ରମିକ ହୋଇଯିବେ ବୋଲି ସେମାନେ ଅଭିଯୋଗ କରିବା ସହିତ ସର୍ବନିମ୍ନ ମଜୁରୀ ୨୧ ହଜାର ଓ ୧୦ ହଜାର ଟଙ୍କା ମାସିକ ପେନସନ୍ ଦେବାକୁ ସେମାନେ ଦାବି କରିଥିବା ଜଣାପଡିଛି।

Leave A Reply

Your email address will not be published.