Latest Odisha News

କଲ୍ ମର୍ଜିଂ ସ୍କାମ : କଲ୍ ମର୍ଜ ହେବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାୟବ!

ଭୁବନେଶ୍ବର: ଭାରତରେ ସାଇବର ଅପରାଧୀମାନେ ଏବେ ନୂତନ ପଦ୍ଧତି ଅବଲମ୍ବନ କରି ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ‘ Call Merging technique’ ମାଧ୍ୟମରେ ଠକେଇ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ OTP ଶେୟାର ନକରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ କରୁଛନ୍ତି ଠକ । ଅନେକ ଲୋକ ଏହି ଠକେଇର ଶିକାର ହୋଇସାରିଲେଣି । ତେବେ ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହି ସ୍କାମ ସଂପର୍କରେ ଲୋକଙ୍କୁ ସତର୍କ କରାଇଛି।

ଆସନ୍ତୁ ଜାଣିବା କଲ୍ ମର୍ଜିଂ ସ୍କାମ କ’ଣ?

ସାଇବର ଠକମାନେ ଏକ ଅଜ୍ଞାତ ନମ୍ବରରୁ କଲ କରନ୍ତି । ଏହାପରେ ସେମାନେ କୁହନ୍ତି ଏହି ନମ୍ବରଟି ଆପଣଙ୍କ ଚିହ୍ନା ବ୍ୟକ୍ତିଙ୍କ ଠାରୁ ପାଇଛୁ । ଏହାପରେ ସେମାନେ କିଛି ଚାକିରି ଅଫର କିମ୍ବା ଇଭେଣ୍ଟର ବାହାନା କରି କଲ୍ ମର୍ଜ କରିବାକୁ କୁହନ୍ତି । ଏହାପରେ କଲ୍ ମର୍ଜ ହେବା ମାତ୍ରେ ଠକମାନେ ଆପଣଙ୍କ ବ୍ୟାଙ୍କ ଦ୍ୱାରା ପଠାଯାଇଥିବା OTP ଶୁଣନ୍ତି ଏବଂ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ କରି ଦିଅନ୍ତି ।

ଉଦାହରଣ ସ୍ବରୁପ, ଆପଣ ପାଖକୁ ଏକ କଲ ଆସିବ, ଯେଉଁଥିରେ ସେମାନେ କୁହନ୍ତି ଯେ ଆମେ ଏକ ପ୍ରୋଗ୍ରାମର ଆୟୋଜନ କରୁଛୁ, ଯେଉଁଥିରେ ଆମେ ତମକୁ ଆଙ୍କରିଂ କରିବାକୁ ସୁଯୋଗ ଦେବୁ । ଆମକୁ ତମର ନମ୍ବର ଅମିତ ଦେଇଛନ୍ତି ।  ସତରେ ତମର ଜଣେ ସାଙ୍କ ଅମିତ ହିଁ ଥିବ । ତେଣୁ, ସେମାନେ ଯାହା କହିବେ ତୁମେ ତୁରନ୍ତ ବିଶ୍ୱାସ କରିନେବ । ଏହା ପରେ ସେ କହିବେ ଯେ, ଅମିତ ସହ ମଧ୍ୟ କଥା ହୋଇଯିବା । ଦେଖ ଏକ କଲ ଆସୁଥବ, ଏହାକୁ ମର୍ଜ କର । ଆପଣ ଦେଖିବେ ଯେ ଏକ ଅଜ୍ଞାତ ନମ୍ବରରୁ କଲ୍ ଆସୁଛି,   ତଥାପି ଫୋନ୍ ଉଠେଇଦେବେ । ସେତେବେଳେ ତମର ଆକାଉଣ୍ଟରୁ ଟଙ୍କା କଟିଯିବ ।

କଲ ମର୍ଜ ହେବା ମାତ୍ରେ ସ୍କାମରମାନେ କିପରି ଟଙ୍କା ଉଠେଇ ନିଅନ୍ତି ?

ବାସ୍ତବରେ, ଦ୍ୱିତୀୟ କଲ୍ OTP ପାଇଁ ଥାଏ। ଆଜିକାଲି, ମେସେଜ୍ ବ୍ୟତୀତ, OTP କଲ୍ ରେ ମଧ୍ୟ ଆସେ । ସ୍କାମର ଯେଉଁ କଲ୍ କୁ ମର୍ଜ କରିବାକୁ କହିଥିବ,ସେହି କଲ୍ ପ୍ରକୃତରେ ବ୍ୟାଙ୍କରୁ ଏକ ସ୍ୱୟଂଚାଳିତ OTP କଲ୍ ଥିବ । ଆପଣଙ୍କର କଲ୍ ମର୍ଜ ହୋଇଥିବ, ତେଣୁ ସ୍କାମର୍ OTP ଶୁଣନ୍ତି ଏବଂ ପୂର୍ବରୁ ପ୍ରସ୍ତୁତ ଆକାଉଣ୍ଟ୍ ବିବରଣୀ ସହିତ OTP ଟାଇପ୍ କରନ୍ତି ଏବଂ ଏହାପରେ ଟଙ୍କା ସ୍ଥାନାନ୍ତର କରନ୍ତି ।

 

କିପରି ଏଡାଇ ପାରିବେ ?

-କୌଣସି ଦୁଇଟି ଅଜ୍ଞାତ ନଂକୁ ମର୍ଜ କରନ୍ତୁ ନାହିଁ
– ସ୍କ୍ରିନ୍ ସଟ୍ ସେୟାର କରନ୍ତୁ ନାହିଁ
-OTP ମାଗିବା ପାଇଁ ଅନେକ ଉପାୟ ଅଛି, ତେଣୁ କଥାବାର୍ତ୍ତା ସମୟରେ ଆପଣ ବୁଦ୍ଧିମତା ସହ କାମ କରନ୍ତୁ , ଅନ୍ୟମନସ୍କ ହୁଅନ୍ତୁ ନାହିଁ ।

Comments are closed.