Latest Odisha News

BREAKING NEWS

ସୁସ୍ଥ ରହିବାର ସୂତ୍ର..

ଭୁବନେଶ୍ୱର: ସମୟ ସହିତ ବଦଳିଛି ଜୀନଧାରଣାର ଶୈଳୀ । ଆଧୁନିକତାକୁ ଆପଣାଇ ପାରମ୍ପରିକ ଢଙ୍ଗରେ ବଞ୍ଚିବାର ଧାରା ଠାରୁ କ୍ରମେ ଦୁରେଇବାରେ ଲାଗିଛନ୍ତି ଲୋକେ । ଯେମିତିକି ଉଷୁମ ଜଳ ପାନ ଓ ପ୍ରାତଃ ଧ୍ୟାନ ଭଳି କାର୍ଯ୍ୟ କରିବାକୁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି । କିନ୍ତୁ ସୁସ୍ଥ ଜୀବନ ପାଇଁ ଜୀବନଧାରଣର ପାରମ୍ପରିକ  ଶୈଳୀର ଗୁରୁତ୍ୱ ବହୁତ ବେଶୀ ରହିଥାଏ ।

ସମ୍ପୂର୍ଣ୍ଣ ସ୍ନାନ : ସମ୍ପ୍ରତି ବ୍ୟସ୍ତବହୁଳ ଜୀବନ ଯୋଗୁ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ଲାଗି ଲୋକେ ତରବରିଆ ଭାବେ ବହୁ କାର୍ଯ୍ୟ କରୁଥିବା ଦେଖାଯାଏ । ଏଥିପାଇଁ ବିଶେଷ କରି ସ୍ନାନ ଭଳି ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସହିତ ଲୋକେ ବୁଝାମଣା କରନ୍ତି । ଯୁବପିଢିଙ୍କ ମଧ୍ୟରେ ଏହା ଏକ ଅଭ୍ୟାସରେ ପରିଣତ ହେଲାଣି । ମାତ୍ର ପ୍ରତ୍ୟେହ ସ୍ନାନ ନିମନ୍ତେ ଅତିକମରେ ୧୦ ମିନିଟ୍ ସମୟ ନିଧାର୍ଯ୍ୟ ରଖିବା ଉଚିତ । ସମ୍ପୂର୍ଣ୍ଣ ଶରୀରକୁ ଧିରେ ଧିରେ ଉତ୍ତମ ଭାବେ ଘସି ସଫା କରିବା ଦରକାର । ଏହାଦ୍ଵାରା ଶରୀରରେ ରକ୍ତ ପ୍ରବାହ ପ୍ରକ୍ରିୟା ଠିକ୍ ଭାବେ ସମ୍ପାଦିତ ହୋଇଥାଏ ।

 

ଉଷୁମ ଖାଦ୍ୟ ସେବନ : ଖାଦ୍ୟ କେବେ ବହୁତ ଥଣ୍ଡା କିମ୍ବା ଅତି ଗରମ ଖାଇବା ଉଚିତ ନୁହେଁ ।ଖାଦ୍ୟର ତାପମାତ୍ର ଶରୀରର ତାପମାତ୍ରା ଅନୁରୂପ ହେବା ଆବଶ୍ୟକ । ଏହାଦ୍ଵାରା ଶରୀର ସହଜରେ ଖାଦ୍ୟ ସହିତ ତାଳମେଳ କରିପାରେ । ଫଳରେ ଖାଦ୍ୟ ପାଚନ ସହଜସାଧ୍ୟ ହୁଏ ।

ସାଧାରଣ ତାପମାତ୍ରାର ପାଣି ପିଅନ୍ତୁ; ଆଜିର ଯୁବପିଢି ଉଷ୍ମ ତଥା ମୃଦୁ ପାନୀୟ ପ୍ରତି ମୋହିତ ହେଉଛନ୍ତି । ମାତ୍ର ଶୀତ ଅବା ଗ୍ରୀଷ୍ମ, ଯେକୌଣସି ଋତୁରେ ଘରର ତାପମାତ୍ର ଅନୁରୂପ ଉଷ୍ମତା ବହନ କରୁଥିବା  ଜଳ ପାନ କରିବା ଉଚିତ । ଅତି ଥଣ୍ଡା କିମ୍ବା ଗରମ ପାଣି ଶରୀର ପକ୍ଷେ ହିତକର ନୁହେଁ । ତେବେ ସର୍ଦ୍ଦି ବା ଥଣ୍ଡାରେ ଆକ୍ରାନ୍ତ ଥିଲେ ସାମାନ୍ୟ ଉଷୁମ ପାଣି ପିଇପାରିବେ ।

ସୂର୍ଯ୍ୟ ନମସ୍କାର:ମୋବାଇଲ୍ ଯୁଗରେ ଲୋକେ ବିଳମ୍ବରେ ନିଦ୍ରା ଯିବା ଏବଂ ସୂର୍ଯ୍ୟୋଦୟର ବହୁ ପରେ ଶଯ୍ୟାତ୍ୟାଗ କରୁଥିବା ଦେଖାଯାଉଛି । ମାତ୍ର ପ୍ରତ୍ୟହ ପ୍ରାତଃ ସମୟରେ ଅନ୍ତତଃ ୪ ଥର ସୂର୍ଯ୍ୟ ନମସ୍କାର କରିବା ଉଚିତ । ଅଧିକ ଥର କରିପାରିଲେ ଉତ୍ତମ । ସୂର୍ଯ୍ୟ ନମସ୍କାରକୁ ଏକ ସମ୍ପୂର୍ଣ୍ଣ ବ୍ୟାୟାମ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାଦ୍ଵାରା ସମଗ୍ର ଶରୀରର ବ୍ୟାୟାମ ହୋଇଥାଏ ।

୧୦ ମିନିଟ୍ ପ୍ରାଣାୟାମ: ପ୍ରାତଃ ସମୟରେ ଅନ୍ତତଃ ୧୦ ମିନିଟ ସମୟ ପ୍ରାଣାୟାମ ପାଇଁ ବାହାର କରିବା ଦରକାର। ଅନୁଲୋମ-ବିଲୋମ, ଭ୍ରାମରୀ, ଭାସ୍ତ୍ରୀକା ଭଳି ଯେକୌଣସି ପ୍ରାଣାୟାମ କରିପାରିବେ । ଏହାଦ୍ଵାରା ମନ ଏବଂ ଶରୀର ଉଭୟ ଆରାମ ପାଇଥାଏ ।

ନିୟମିତ ଧ୍ୟାନ: ନିୟମିତ ଭାବେ ସକାଳେ ଅନ୍ତତଃପକ୍ଷେ ୫ ମିନିଟ ଧ୍ୟାନ କରିବା ଉଚିତ । ଏହାଦ୍ଵାରା ମନ ଏକାଗ୍ରତିତ୍ତ ହୋଇଥାଏ । ତ୍ରାଟକ ଧ୍ୟାନ ଦ୍ଵାରା ଦୃଷ୍ଟିଶକ୍ତି ଉନ୍ନତ ହୋଇଥାଏ ।

Leave A Reply

Your email address will not be published.