Latest Odisha News

ଷ୍ଟାଇଲିସ୍‌ ଲୁକ୍ ପାଇଁ ସାଲ୍ କୁ ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ପ୍ରବଳ ଥଣ୍ଡାରୁ ରକ୍ଷାକରେ ସାଲ୍ । ଆଜିର କଥା ନୁହେଁ କେତେ ପିଢି ତଳୁ ସାଲ୍ ଫ୍ୟାସନ ଚାଲିଆସିଛି, ଆଗକୁ ମଧ୍ୟ ଚାଲିବ । ସାଲ୍ ଆଜିର ଯୁବପିଢିଙ୍କ ମଧ୍ୟରେ ମଧ୍ୟ ନିଜର ସ୍ଥାନ ବଜାୟ ରଖିଛି । ସାଲ୍ ଷ୍ଟାଇଲିସ୍‌ ଲୁକ୍ ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସାଲ୍ କୁ କିପରି କ୍ୟାରୀ କରି ଶୀତଦିନରେ ଆହୁରି ଷ୍ଟାଇଲିସ୍‌ ଲୁକ୍ ପାଇବେ ..

-ଶାଢୀ ସହ କାଶ୍ମରୀ ସାଲ୍‌ କ୍ୟାରି କରନ୍ତୁ କ୍ଲାସି ଲୁକ୍‌ ପାଇବେ। ଯେକୌଣସି ଏଥିନିକ୍‌ ଡ୍ରେସ୍‌ ସହ ମଧ୍ୟ ଟିମ୍‌ଅପ୍‌ କରିପାରିବେ , ଯାହା ଆପଣଙ୍କୁ ଆର୍ଟାକ୍ଟିଭ୍‌ ଲୁକ୍ ଦେଇଥାଏ ।

-ଷ୍ଟ୍ରୀପ୍‌ ଡିଜାଇନ୍‌ ଫ୍ୟାସନ୍‌ ଲିଷ୍ଟ୍‌ରେ ରହି ହିଁ ଥାଏ। ଆପଣ ଷ୍ଟ୍ରୀପ୍‌ ଜିଜାଇନ୍‌ ସାଲ୍‌ ଥରେ ଟ୍ରାଏ କରିପାରିବେ। ଏହି ସାଲ୍‌କୁ ଜିନ୍ସ ସହ କ୍ୟାରି କରନ୍ତୁ ଷ୍ଟାଇଲିସ୍‌ ଦେଖାଯିବେ ।

-ହ୍ୟାଙ୍ଗଆଉଟ୍‌ରେ ଯାଉଥିଲେ ଫ୍ଲୋରାଲ୍‌ ସାଲ୍‌ କୁ ଜିନ୍ସ କୁର୍ତ୍ତି ସହ ପିନ୍ଧିପାରିବେ। ଏହାକୁ ପିନ୍ଧି ପିକନିକ୍‌ ମଧ୍ୟ ଯାଇପାରିବେ । ଫ୍ଲୋରାଲ୍ ବ୍ରାଇଟ୍ ରଙ୍ଗର ସାଲ୍ ରେ ଫଟୋ ବି ଭଲ ଆସିଥାଏ ।

-ସାଲ୍‌କୁ ଆପଣ ସ୍ରଗ୍‌ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ଏହାକୁ ଥରେ ଟ୍ରାଏ କରି ଦେଖନ୍ତୁ ଆପଣ ଷ୍ଟାଇଲିସ୍‌ ଦେଖାଯିବେ।

– ସାଲ୍‌ରେ ବେଲ୍ଟ ବ୍ୟବହାର କରି ଡିଫରେଣ୍ଟ ଲୁକ୍‌ କ୍ରିଏମ କରି ପାରିବେ। ସାଲ୍‌କୁ ନିଜ ଉପରେ ଘୋଡେଇବା ସମୟରେ ଏହାକୁ ନିଜ କହୁଣୀ ଯାଏଁ ରଖନ୍ତୁ। ଏହା ଉପରେ ନିଜ ଏକ ଷ୍ଟାଇଲିସ୍ ବେଲ୍ଟ ବାନ୍ଧି ନିଅନ୍ତୁ। ଓ୍ବେଷ୍ଟର୍ନ କିମ୍ବା ଟ୍ରାଡିସନାଲ୍‌ ଡ୍ରେସ୍‌ରେ ଏପରି ସାଲ୍‌ କ୍ୟାରି କରନ୍ତୁ ।

– ସାଲ୍‌ରେ ମଧ୍ୟ ପୋଞ୍ଚ ଷ୍ଟାଇଲ୍‌ କରି ପାରିବେ । ପ୍ରଥମେ ସାଲ୍‌କୁ ଘୋଡେଇ ହୋଇ ଯାଆନ୍ତୁ। ଆଗ ପଟରୁ ସେପ୍ଟିପିନ୍‌ ଲଗାନ୍ତୁ। ସାର୍ଟ ଭଳି ସାଲ୍‌ର ଦୁଇ ପଟକୁ ଯୋଡିବା ପାଇଁ ପିନ୍‌ ବ୍ୟବହାର କରନ୍ତୁ। ଏହି ଷ୍ଟାଇଲ୍‌କୁ ଆପଣ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ କ୍ୟାରି କରନ୍ତୁ ଷ୍ଟାଇଲିସ୍‌ ଲାଗିବେ।

– ସାଲ୍‌ ର ଅନେକ ଭେରାଇଟି ଡିଜାଇନ୍‌ ମାର୍କେଟ୍‌ରେ ରହଛି। ସାଲଓ୍ବାର୍‌ ସୁଟ୍‌ରେ ପଶ୍‌ମିନା ସାଲ୍‌କୁ କ୍ୟାରି କରିପାରିବେ। ଏହି ପଶ୍‌ମିନା ଶାଲ୍‌ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ।

Comments are closed.