ଭୁବନେଶ୍ୱର: ଏହି ଦିନେ ସ୍ଵତନ୍ତ୍ର ଭାବେ ଶିଶୁ ଓ ବୟସ୍କମାନଙ୍କ ଯତ୍ନ ନେବାର ଆବଶ୍ୟକତା ରହିଛି । ଉଭୟଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥିବାରୁ ଏହି ସମୟରେ ସେମାନଙ୍କୁ ଅତିଶୀଘ୍ର ରୋଗ ସଂକ୍ରମଣ କରିବାକୁ ଆଶଙ୍କା ଥାଏ ।
କାଶ, ଥଣ୍ଡା ଓ ଜ୍ଵର ଲାଗି ରୁହେ । ତେଣୁ ଶିଶୁମାନଙ୍କୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍ । ଶିଶୁକୁ ମା’ କୋଳେଇ ଧରି ଶୋଇବା ଉଚିତ୍ । ଫଳରେ ମା’ ଶରୀରର ଉଷ୍ମତା ଶିଶୁକୁ ବାହାର ଥଣ୍ଡାରୁ ଦୂରେଇ ରହିବାରେ ସହାୟ ହୁଏ ।
କାଶ ଥଣ୍ଡା ଓ ଛିଙ୍କ ହେଉଥିବା ଲୋକଙ୍କଠାରୁ ସେମାଙ୍କୁ ଦୂରେଇ ରହିବା ଉଚିତ୍ । ପିଲା କିମ୍ବା ବୟସ୍କ ଲୋକ ବର୍ଷାରେ ଓଦା ହୋଇଥିଲେ ରାତିରେ ସୋରିଷ ତେଲ ଓ ରସୁଣ ଫୁଟାଇ ଉଭୟଙ୍କ ଗୋଡରେ ମାଲିସ କଲେ ଥଣ୍ଡା କମିଯାଏ ।
ବର୍ଷା ଦିନିଆ ରୋଗରୁ ମୁକ୍ତି ପାଇଁ ଆଉ କିଛି ପରାମର୍ଶ
ପୂର୍ବରୁ ଲୋକମାନେ ବର୍ଷା ଦିନେ ବର୍ଷା ଦିନିଆ ଖାଦ୍ୟ ଓ ଫଳ ଖାଉଥିଲେ । ଯାହାକି ସେମାନଙ୍କୁ ବହୁ ପରିମାଣରେ ଭିଟାମିନ୍ ବି ଦିଏ । ସାଧାରଣତଃ ପାଖାଳ, ଦହି, କାଞ୍ଜି ଓ ବାସୀ ତୋରାଣି ଆଦି ଖାଇବା ଆମେ ଭୁଲି ଗଲୁଣି।
ଏ ସବୁରୁ ବହୁ ପରିମାଣରେ ଭିଟାମିନ୍ ବି କମ୍ପ୍ଲେକ୍ସ ମିଳୁଥିବାରୁ ଏହା ଅନେକ ରୋଗରୁ ରକ୍ଷା କରେ । ଏହା ଛଡା ଏହି ଦିନରେ ନଡିଆ ତେଲ, ଅଲିଭ ଅଏଲ କିମ୍ବା ଆଲମଣ୍ଡ ଅଏଲ୍ ଆଦି ଇଗାଇ ଟିକେ ଉଷୁମ ପାଣିରେ ସ୍ନାନ କରିବା ଉଚିତ୍ ।
Comments are closed.