ଭୁବନେଶ୍ୱର: କିଛିଦିନ ହେବ ପାଗରେ ଖୁବ ପରିବର୍ତ୍ତନ ପରିଲିଖିତ ହେଉଛି । ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ ଥଣ୍ଡା ଅନୁଭୂତ ହେଉଛି । ପାଗର ଏଭଳି ହଠାତ ବଦଳିବା ଦ୍ୱାରା ସାଧାରଣତଃ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି ।
ବଦଳୁଥିବା ପାଗ ନିଜ ସହ ରୋଗକୁ ଆମନ୍ତ୍ରଣ କରିଥାଏ । ଯେପରି ଥଣ୍ଡା, କାଶ, ଛିଙ୍କ, ଜ୍ୱର, ଆଖିରେ ଜ୍ୱଳନ ଓ ଛାତି ବିନ୍ଧିବା ଇତ୍ୟାଦି । ଏହିପରି ସମୟରେ ଆପଣ ସୁସ୍ଥକର ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଦ୍ୱାରା ସମସ୍ୟାରୁ ଦୂରରେ ରହିପାରିବେ । ସେଥିପାଇଁ ଆପଣାନ୍ତୁ କିଛି ଟିପ୍ସ ।
-ଏହିପରି ପାଗରେ ସକାଳ ଓ ସନ୍ଧ୍ୟାରେ ହାଲକା ଗରମ ପୋଷାକ ପିନ୍ଧନ୍ତୁ । ଯାହାଦ୍ୱାରା ସେହି ସମୟରେ ହେଉଥିବା ଥଣ୍ଡାରୁ ଆପଣ ମୁକ୍ତ ରହିପାରିବେ ।
-ଆମ ଶରୀର ପାଇଁ ସୁଖନିଦ୍ରା ଖୁବ ଆବଶ୍ୟକ । ନିଦ କମ ହେବା କାରଣରୁ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ ।
-ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।
-ଭିଡ ଥିବା ସ୍ଥାନରେ ନାକ ଓ ମୁହଁକୁ ଘୋଡାଇ ରଖନ୍ତୁ । ଏହାଦ୍ୱାରା ଆପଣ ଅନେକ ପ୍ରକାର ରୋଗରୁ ଦୂରରେ ରହିବେ ।
Comments are closed.