Latest Odisha News

BREAKING NEWS

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ: ୨ ମୃତ ଓ ୧୫୦ରୁ ଅଧିକ ଆହତ, ଜାଣନ୍ତୁ କେଉଁ ଟ୍ରେନ ହେଲା ବାତିଲ୍

ରାଞ୍ଚି: ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ୩ ଟ୍ରେନ୍ ବାତିଲ୍ ହୋଇଛି। ଏହି ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢଶହରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ୍ କରିଦିଆଯାଇଛି। ଖଡଗପୁର-ଧାନବାଦ, ହାୱାଡ଼ା-ଭୁବନେଶ୍ବର-ହାୱଡ଼ା ଜନଶତାବ୍ଦୀ ବାତିଲ। ସେହିପରି ୩ଟି ଟ୍ରେନ୍ ସ୍ବଳ୍ପ ବାତିଲ୍ ଓ ୮ଟି ଟ୍ରେନ୍‌ର ବଦଳିଲା ଗତିପଥ।

ସୂଚନା ଅନୁସାରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ ହୋଇଛି। ଝାଡ଼ଖଣ୍ଡର ବାରାବମ୍ବୋ ନିକଟରେ ଲାଇନଚ୍ଯୁତ ହୋଇଛି ହାୱଡା ମୁମ୍ବାଇ ଏକ୍ସପ୍ରେସ। ଟ୍ରେନର ୧୮ଟି ବଗି ଲାଇନଚ୍ଯୁତ ହୋଇଛି। ଏକ ମାଲବାହୀ ଗାଡ଼ିକୁ ଧକ୍କା ଦେଇ ଟ୍ରେନ ଲାଇନଚ୍ଯୁତ ହୋଇଥିବା ଜଣାପଜିଛି। ଭୋର ପ୍ରାୟ ୩ଟା ୪୫ ମିନିଟ ସମୟରେ ଲାଇନଚ୍ଯୁତ ହୋଇଥିଲା ଏହି ଟ୍ରେନ। ଆହତଙ୍କୁ ଉଦ୍ଧାର ଲାଗି ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିଛି।

ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏନଡିଆରଏଫର ଟିମ ଉପସ୍ଥିତ ଅଛନ୍ତି। ଚକ୍ରଧରପୁର ଡିଭିଜନ୍‌ର ରାଜଖରସୁଆଁରୁ ୭ କିମି ଦୂରରେ ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରେନ ଲାଇନଚ୍ଯୁତ ନେଇ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି ହୋଇଛି। ଟାଟାନଗର ହେଲ୍ପଲାଇନ ନମ୍ବର- ୦୬୫୭୨୨୯୦୩୨୪, ଚକ୍ରଧରପୁର -୦୬୫୮୭୨୩୮୦୭୨, ରାଉରକେଲା – ୦୬୬୧୨୫୦୧୦୭୨, ହାୱଡା – ୯୪୩୩୩୫୭୯୨୦, ରାଞ୍ଚି- ୦୬୫୧୨୭୮୭୧୧୫।

Comments are closed.