ବଦ୍ଦି: ବିଧାୟକ ପତ୍ନୀଙ୍କ ଚାଲାଣ କାଟି ହଟହଟା। ଏସପି ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲା ବଦ୍ଦିର ମହିଳା ଏସପି ଇଲମା ଆଫ୍ରୋଜ ପ୍ରଶାସନ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରିଦେଇଛନ୍ତି। ସରକାର ଏବଂ ତାଙ୍କ ବିଭାଗ ର ଅନେକ ଅଫିସର ମାନଙ୍କର ଉଦ୍ୟମ ସତ୍ୱେ ମଧ୍ଯ ସେ ଆପୋଷ ବୁଝାମଣା କରିବାକୁ ମନା କରିଦେଇଥିଲେ। ଯାହା ଫଳରେ ବର୍ତ୍ତମାନ ତାଙ୍କୁ ଏକ ଲମ୍ବା ଛୁଟିରେ ପଠାଇ ଦିଆଯାଇଛି।
ତେବେ ସେଠାକାର ସୁଖୁ ସରକାର ତାଙ୍କୁ ଶୀଘ୍ର ବଦଳି କରିବେ ବୋଲି ଚର୍ଚ୍ଚା ଚାଲିଛି।
ବଦ୍ଦି ଏସପି ଇଲମା ଆଫ୍ରୋଜଙ୍କର ଡୁନ ବିଧାୟକ ରାମ କୁମାର ଚୌଧୁରୀଙ୍କ ସହ ବିବାଦ ଚାଲିଥିଲା। ତେବେ ଏହି ମାମଲାରେ ବିଧାନସଭା ପକ୍ଷରୁ କଂଗ୍ରେସ ବିଧାୟକ ଏକ ପ୍ରିଭିଲେଜ ମୋସନ ଏସପିଙ୍କୁ ଦେଇଥିଲେ। ତେବେ ନିଜ ପଦବୀର ଅପବ୍ଯବହାର କରି ସେ ଆଇପିଏସ୍ ଇଲମା ଆଫ୍ରୋଜଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ ମଧ୍ଯ କିଛି ଶୁଣି ନଥିଲେ ଇଲମା।
ତେବେ ଏହି ସବୁ ବିବାଦ ଅଗଷ୍ଟ ୨୦୨୪ରୁ ଆରମ୍ଭ ହୋଇଥିଲା ଯେତେବେଳେ ବଦ୍ଦିରେ ବେଆଇନ ଖଣି ଖନନ ମାମଲାରେ ପୋଲିସ ବିଧାୟକ ରାମ କୁମାର ଚୌଧୁରୀଙ୍କ ପତ୍ନୀଙ୍କ ଗାଡିର ଚାଲାଣ କାଟିଥିଲା। ଏହାକୁ ନେଇ ଏସପି ଏବଂ ବିଧାୟକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଯାହାପରେ ବିଧାନସଭା ଅଧିବେଶନରେ ବିଧାୟକ ଗୁରୁତର ଅଭିଯୋଗ ଆଣି ଏସପିଙ୍କୁ ବିଧାନସଭାରୁ ଏକ ପ୍ରିଭିଲେଜ ମୋସନ ଦେଇଥିଲେ।
Comments are closed.