Latest Odisha News

BREAKING NEWS

ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ଅନୁମତି

ସିମଲା: ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ଆଇନଗତ ଅନୁମତି ମିଳିବାକୁ ଯାଉଛି। ଏ ସଂକ୍ରାନ୍ତରେ ଏକ ବିଲ୍ ବିଧାନସଭାରେ ଗୃହୀତ ହୋଇଛି। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଆଧାରରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଔଷଧ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ଗଞ୍ଜେଇ ଚାଷ କରାଯିବା ଲାଗି କମିଟି ପ୍ରସ୍ତାବ ଦେଇଥିଲା। ତାଛଡା ଗଞ୍ଜେଇ ଚାଷରୁ ଅର୍ଥନୀତି ମଧ୍ୟ ସୁଧୁରିବ। କମିଟିର ଅଧ୍ୟକ୍ଷ ତଥା ରାଜସ୍ୱ ମନ୍ତ୍ରୀ ଜଗତ ସିଂହ ନେଗି କହିଛନ୍ତି ଗଞ୍ଜେଇ ଚାଷକୁ ଅନୁମତି ଦେବା ଲାଗି ବିଧାନସଭାରେ ଏକ ପ୍ରସ୍ତାବ ଆସିଥିଲା। ତାକୁ ସବୁ ସଦସ୍ୟ ସମର୍ଥନ କରିଥିଲେ।

ତାଉପରେ ଅନୁଧ୍ୟାନ କରିବା ଲାଗି କମିଟି ଗଠନ କରାଯାଇଥିଲା। କମିଟି ସବୁ ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଗଞ୍ଜେଇ ଚାଷ ଉପରେ ଆଲୋଚନା କରିଥିଲା। ଏହି କ୍ଷେତ୍ରରେ ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ କିଭଳି ସଫଳ ହୋଇଛନ୍ତି ତାହାର ଅନୁଧ୍ୟାନ କରାଯିବା ପରେ କମିଟି ତାର ରିପୋର୍ଟ ଦେଇଥିଲା।

ତେବେ ସେ କହିଥିଲେ ଗଞ୍ଜେଇ ଚାଷ ପାଇଁ ଅଧିକ ପାଣି ଦରକାର ପଡିବ ନାହିଁ। ଏହାକି ବନ୍ୟପ୍ରାଣୀ ଖାଇ ନଷ୍ଟ କରିପାରିବେ ନାହିଁ। ଏଥିରେ ରୋଗପୋକ ଲାଗିବେ ନାହିଁ। ତେଣୁ ବ୍ୟବସାୟିକ ଓ ଔଷଧୀୟ ଉଦ୍ଦେଶ୍ୟରେ ଏହି ଚାଷ ବେଶ ଲାଭଦାୟକ ହୋଇପାରିବ।

 

Comments are closed.