Latest Odisha News

BREAKING NEWS

ଭାରତୀୟ ବଜାରକୁ ଆସିଲା ‘ଏଚପି-ପ୍ରୋବୁକ୍ ୪୪୫ ଜି୬’ ବିଜିନେସ୍ ଲାପଟପ୍

ଭୁବନେଶ୍ୱର: ବିଶ୍ୱର ପ୍ରସିଦ୍ଧ ଲାପଟପ୍ ମ୍ୟାନୁଫାକଚରିଂ କମ୍ପାନୀ ଏଚପି ଏକ ନୂଆ ମଡ଼େଲର ବିଜିନେସ୍ ଲାପଟପ୍ ଭାରତୀୟ ବଜାରରେ ଲଞ୍ଚ୍ କରିଛି । ଏହି ପ୍ରୋବୁକ୍ ୪୪୫ ଜି୬ ନାମକ ଲାପଟପ୍ ବ୍ୟାବସାୟିକ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ । ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ଏକଜ୍ୟୁକିଟିଭ୍ ତଥା ଅଫିସରେ ଆକାଉଣ୍ଟ ସମ୍ପର୍କୀତ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିମାନଙ୍କ ଲାଗି ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଜଣା ପଡ଼ିଛି ।

ଏହି ପ୍ରୋବୁକ୍ ୪୪୫ ଜି୬ ଲାପଟପ୍ ଖୁବ୍ ସ୍ଲିମ ରହିଥିବା ସହିତ ବେଶ୍ ହାଲକା ମଧ୍ୟ ରହିଛି । ଲାପଟପର ଓଜନ ୧.୬ କେଜିରୁ ଆରମ୍ଭ । ଏଥିରେ ୧୬ ଜିବି ଡ଼ିଡ଼ିଆର୪ ର‌୍ୟାମ ଥିବା ସହିତ ଗୋଟିଏ ଏମ.୨ ଏସଏସଡ଼ି ୫୧୨ ଜିବି ପର୍ଯ୍ୟନ୍ତ ଉପଲବ୍ଧ ।

ଏହାର ସ୍କ୍ରିନ୍ ଡ଼ିସପ୍ଲେ ୧୪ ଇଞ୍ଚ ଲମ୍ବା ଏବଂ ଏଥିରେ ୱିଣ୍ଡୋସ ୧୦ ପ୍ରୋ ଉପଲବ୍ଧ । ଏଥିସହିତ ରହିଛି ୟୁଏସବି ଟାଇପ ଏ, ସି, ଏଚଡ଼ିଏମଆଇ ୧, ଫୋରବି, ଲ୍ୟାନ, ହେଡ଼ଫୋନ, ମାଇକ୍ରୋଫୋନ ଏବଂ ଏକ ଏସଡ଼ି କାର୍ଡ଼ ରିଡ଼ର ମଧ୍ୟ ରହିଛି ।

ଯେହେତୁ ଏହି ଲାପଟପ୍ କେବଳ ବିଜିନେସ କାର୍ଯ୍ୟ ଲାଗି ନିର୍ମିତ ହୋଇଛି ସେଥିଲାଗି ଏଥିରେ ରହିଛି ଆଡ଼ିସନାଲ୍ ଡ଼ାଟା ଏବଂ ଆଇଡ଼େଣ୍ଟିଟି ଥେପ୍ଟ ପ୍ରିଭେନ୍ସନ ସିଷ୍ଟମ୍ । ଏଥିରେ ରହିଛି ମଧ୍ୟ ୱାଏରଲେସ୍ ଡ୍ରାଇଭର୍ ଟେକ୍ନୋଲୋଜି ।

ସବୁଠୁ ବଡ଼ କଥାହେଲା, ଏହି ଏଚପି ଲାପଟପରେ ଫାଷ୍ଟ ଚାର୍ଜିଂ ସିଷ୍ଟମ ଉପଲବ୍ଧ ରହିଛି, ଯାହାଫଳରେ ଲାପଟପଟି ମାତ୍ର ୩୦ ମିନିଟରୁ କମ୍ ସମୟ ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ଚାର୍ଜ ହୋଇପାରିବ ।

ଭାରତୀୟ ବଜାରରେ ଗୁରୁବାର ଠାରୁ ଏହା ଉପଲବ୍ଧ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ୬୭,୨୬୦ ଟଙ୍କାରୁ ଆରମ୍ଭ ।

Leave A Reply

Your email address will not be published.