Latest Odisha News

BREAKING NEWS

ଏମିତି ମନ୍ଦିର, ଯେଉଁଠି ଦେବୀଙ୍କ ପାଟିରୁ ବାହାରୁଛି ନିଆଁ

ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସହ ରହସ୍ୟରେ ଭରପୂର ଭାରତର ଅନେକ ମନ୍ଦିର । ଯାହାର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟିରେ ରହିଛି ଦେବୀ ମା’ଙ୍କ ମନ୍ଦିର । ଏଠାରେ ଦେବୀ ମା’ଙ୍କ ମୁହଁରୁ ସବୁବେଳେ ନିଆଁ ନିର୍ଗତ ହେଉଥିବା ଦେଖିବାକୁ ମିଳୁଛି। ପୌରାଣିକ ତଥ୍ୟ ଅନୁସାରେ ଦେବୀ ସତୀଙ୍କର ମୃତ୍ୟୁ ପରେ ମହାଦେବ ତାଙ୍କୁ କାନ୍ଧରେ ବୋହି ନେବା ସମୟରେ ଦେବୀଙ୍କର ଜିହ୍ୱା ଏଠାରେ ପଡିଥିଲା ।

ଲୋକମାନେ ଏହାକୁ ମାଆଙ୍କ ଚମତ୍କାରିତା କହୁଥିବା ବେଳେ ବୈଜ୍ଞାନିକଙ୍କ ମତ କିନ୍ତୁ ଅଲଗା । ସେମାନଙ୍କ  କହିବା ଅନୁଯାୟୀ ମନ୍ଦିରର ବହୁ ତଳେ ପ୍ରାକୃତିକ ଗ୍ୟାସର ଉତ୍ସ ରହିଛି । ସେଠାରେ ଥିବା ଏକ ତମ୍ବା ପାଇପରୁ ଅନବରତ ପ୍ରାକୃତିକ ଗ୍ୟାସ୍‌ ନିର୍ଗତ ହେଉଛି, ଯାହାର ସଂଯୋଗ ଦେବୀ ମା’ଙ୍କ ପ୍ରତିମାର ପାଟି ସହ ଯୋଡି ହୋଇ ରହିଛି ।

ଏଠାରେ ୯ଟି ଦେବୀଙ୍କ ମୂର୍ତ୍ତି ରହିଛି । ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ଅନ୍ନପୂର୍ଣ୍ଣା, ଚଣ୍ଡି, ବିନ୍ଧ୍ୟବାସିନୀ, ହିଙ୍ଗଲାଜ ଭବାନୀ, ଅମ୍ବିକା, ଅଞ୍ଜନା ଆଦି ସମସ୍ତ ଦେବୀମୂର୍ତ୍ତି ପାଟିରୁ ଏପରି ନିଆଁ ବାହାରିଥାଏ । ପ୍ରତିଦିନ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ମାଆଙ୍କର ଏହି ଅଲୌକିକ ରୂପକୁ ଦର୍ଶନ କରିବା ପାଇଁ ।

Leave A Reply

Your email address will not be published.