Latest Odisha News

ସକାଳୁ ପିଅନ୍ତୁ ଅଧଗ୍ଲାସ ତ୍ରିଫଳା ପାଣି

ତିନୋଟି ଫଳର ସମାହାରକୁ ତ୍ରିଫଳା ବୋଲି କୁହାଯାଏ । ଏହି ଫଳ ତିନୋଟି ହେଲା ହରିଡ଼ା, ବାହାଡ଼ା ଓ ଅଁଳା ।

ସକାଳୁ ଉଠି ନିତ୍ୟକର୍ମ ସରିବା ପରେ ପିଅନ୍ତୁ ଅଧଗ୍ଲାସ ତ୍ରିଫଳା ପାଣି । ଏକ ସପ୍ତାହ ପର୍ଯ୍ୟନ୍ତ ଏହି ପାଣି ପିଇଲେ ଆପଣ ନିଜ ଭିତରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରି ପାରିବେ ।

ତ୍ରିଫଳା ପାଣିରେ ଲାକ୍ସାଟିଭ୍‌, ଭିଟାମିନ୍‌, ଖଣିଜ ଦ୍ରବ୍ୟ ଆଦି ପ୍ରଚୁର ପରିମାଣରେ ରହିଥାଏ।

-ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୋଟା କିମ୍ବା ଚୂର୍ଣ୍ଣ କରି ରାତିରେ ଅଧାଗ୍ଲାସ୍‌ ପାଣିରେ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ଡାଇବେଟିସ୍‌ ଓ ହୃଦ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ।

-ଏହା ଚକ୍ଷୁ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

-ନିୟମିତ ଏହି ପାଣି ପିଇଲେ ରକ୍ତ ସଞ୍ଚାଳନ ନିୟନ୍ତ୍ରିତ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

-ଏହି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରିଥାଏ। ସେହିପରି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ରକ୍ତଚାପ, କର୍କଟ ରୋଗ, ହରମୋନସ୍ତର ନିୟନ୍ତ୍ରଣ, ଉଜ୍ଜ୍ୱଳ ତ୍ୱଚା, କଳାଦାଗ, କେଶ ବୃଦ୍ଧି ଆଦି କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

Leave A Reply

Your email address will not be published.