Latest Odisha News

BREAKING NEWS

ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର

ମୁମ୍ବାଇ: ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର। ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହା ସେୟାର କରିଛନ୍ତି। ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ ସେୟାର କରିବେ ବଲିଉଡ଼ ବ୍ୟୁଟି ଦୀପିକା ପଦୁକୋନ୍। ଅପକମିଂ ବଲିଉଡ୍ ଫିଲ୍ମ ‘ଫାଇଟର’ରେ ହ୍ରିତିକ ରୋସନଙ୍କ ସହ ଦୀପିକା ନଜର ଆସିବେ। ଫିଲ୍ମରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁର ପାଇଲଟ ଭୂମିକାରେ ନଜର ଆସିଛନ୍ତି।

ମୁଭିରୁ ପରଦା ଉଠାଇ ନିର୍ଦ୍ଦେଶକ ସମସ୍ତ କଳାକାରଙ୍କ ପ୍ରଥମ ଝଲକ ଜନସାଧାରଣଙ୍କ ଆଗରେ ରଖିଛନ୍ତି। ଟିଜରରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନଙ୍କୁ ଏୟାରଫୋର୍ସ ଅଫିସର ୟୁନିଫର୍ମ ପିନ୍ଧିଥିବାର ଦେଖାଯାଉଛି। ଦୁହେଁ ଖୁବ ପାୱାରଫୁଲ ଭୂମିକାରେ ନଜର ଆସୁଛନ୍ତି। ତେବେ ଫିଲ୍ମର କାହାଣୀ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ।

ଏହାପୂର୍ବରୁ ଜୁନ୍ ୨୬ ରେ ହ୍ରିତିକ୍ ରୋଶନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ‘ଫାଇଟର୍’ର ପ୍ରଥମ ଲୁକ୍ ସେୟାର କରିଥିଲେ। ଏହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ଏହି ପୋଷ୍ଟରରେ ହ୍ରିତିକ ଯୁଦ୍ଧ ବିମାନ ନିକଟରେ କ୍ୟାମେରା ଆଡ଼କୁ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ବଲିଉଡର ଫେମଶ ଫିଲ୍ମ ମେକର ସିଦ୍ଧାର୍ଥ ଆନନ୍ଦ ଫିଲ୍ମ ‘ଫାଇଟର’କୁ ନିର୍ଦ୍ଦଶନା ଦେବା ବେଳେ ଉଭୟ ହ୍ରିତିକ ରୋଶନ ଏବଂ ସିଦ୍ଧାର୍ଥଙ୍କ ଯୋଡି ସର୍ବଦା କମାଲ କରିଥାଆନ୍ତି। ଏହାପୂର୍ବରୁ ଉଭୟ ବ୍ୟାଙ୍ଗ-ବ୍ୟାଙ୍ଗ ଏବଂ ୱାରରେ ଏକାଠି କାମ କରିଛନ୍ତି। ଏହି ଫିଲ୍ମଟି ୨୫ ଜାନୁଆରୀ ୨୦୨୪ରେ ରିଲିଜ ହେବ।

Leave A Reply

Your email address will not be published.