Latest Odisha News

BREAKING NEWS

ସ୍ୱାଧୀନତା ଦିବସରେ ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ମୁମ୍ବାଇ:ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । ତାଙ୍କୁ ମିଳିଛି ଭାରତର ନାଗିରକତା । ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ପାସୋପୋର୍ଟ । ୭୭ ଏହା ପରେ ସେ ନିଜ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି, ଦିଲ ଏବଂ ସିଟିଜେନସିପ ଉଭୟେ ହିନ୍ଦୁସ୍ଥାନୀ । ଏହା ପରେ ସ୍ୱାଧୀନତା ଦିବସ ଶୁଭେଚ୍ଛା ବି ଜଣାଇଛନ୍ତି ।

ଅକ୍ଷୟ କୁମାରଙ୍କ ପାଖରେ ପ୍ରଥମେ କାନାଡାର ନାଗରିକତା ଥିଲ ।ଏବେ ଭାରତର ନାଗିରକତା ପାଇଁ ଖୁବ ଖୁସି ।  ସୋସିଆଲ ମିଡିଆରେ ଆକ୍ଟରଙ୍କୁ ବେଶ ଶୁଭେଚ୍ଛାବାର୍ତ୍ତା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅକ୍ଷୟଙ୍କ ପାଖରେ ଭାରତୀୟ ନାଗରିକତା ନ ଥିଲା  । ତେଣୁ ସେ ଦୀର୍ଘଦିନ ହେବ ଭାରତର ନାଗରିକତା ପାଇଁ ଅକ୍ଷୟ କୁମାର  ଚେଷ୍ଟା କରୁଥିଲେ। ସେଥିପାଇଁ ଆକ୍ଟରଙ୍କୁ ଅନେକ ଆଲୋଚନାକୁ ସାମ୍ନା କରିବାକୁ ପଡୁଥିଲା । ଏପରିକି  ସୋସିଆଲ ମିଡିଆରେ ତାଙ୍କୁ କାନାଡା କୁମାର ବୋଲି ଟ୍ୟାଗ କରୁଥିଲେ ଫ୍ୟାନ୍ସ । ନିଜର ନାଗରିକତାକୁ ନେଇ ବେଶ ଟ୍ରୋଲ ହେଉଥିଲେ ।

ଫ୍ୟାନ୍ସମାନେ ତାଙ୍କୁ ପଚାରୁଥିଲେ, ‘ଆପଣ ଭାରତରେ କାମ କରିବେ । ରୋଜଗାର ଭାରତରୁ କରିବେ । ହେଲେ ଭାରତର ନାଗରିକତା ଆପଣଙ୍କ ପାଖରେ ନାହିଁ । ଅନ୍ୟ ଦେଶର ନାଗରିକତା ରଖିଛନ୍ତି ?’ ହେଲେ ଏସବୁ ପ୍ରଶ୍ନର ଉତ୍ତର ଦେଇ ଅକ୍ଷୟ କୁମାର କହୁଥିଲେ ‘ତାଙ୍କ ହୃଦୟ ହିନ୍ଦୁସ୍ଥାନୀ ।’

କଥା ହେଲେ, ୧୯୯୦ରୁ ୨୦୦୦ ମଧ୍ୟରେ ଅକ୍ଷୟ କୁମାରଙ୍କର ଲାଗଲାଗ ଏକାଧିକ ଫିଲ୍ମ ଫ୍ଲଫ ହେଲା । ୧୫ ମୁଭି ବକ୍ସ ଅଫିସରେ ଭଲ କଲେକ୍ସନ କରି ନ ପାରିବା ପରେ ଅକ୍ଷୟ କୁମାର କାନାଡା ଚାଲି ଯାଇଥିଲେ । ସେଠାରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ନାଗରିକତା ପାଇଁ ଆବେଦନ କରିଥିଲେ ।’

ଏହି ସମୟରେ ଅକ୍ଷୟଙ୍କ ହାତରେ ଥିଲା ଆଉ ମାତ୍ର ୨ଟି ଫିଲ୍ମ । ହେଲେ ସେହି ଦଇଟି ସୁପରହିଟ ହୋଇଗଲା । ତାଙ୍କର ଜଣେ ସାଙ୍ଗ ତାଙ୍କୁ ଫେରି ଆସିବା ପାଇଁ କହିଥିଲେ । ତା ଛଡା ୨ଟି ଫିଲ୍ମ ସୁପରହିଟ ହେବା ପରେ ଅନେକ ଅଫର ବି ଆସିଲା । ତେଣୁ କାନାଡାରୁ ଭାରତ ପଳାଇ ଆସିଥିଲେ । ହେଲେ କାମ ଭିତରେ ସେ କେବେ ଭାବି ନ ଥିଲେ ଯେ ପାସପୋର୍ଟ ବଦଳାଇବା ଦରକାର ।

 

Leave A Reply

Your email address will not be published.