Latest Odisha News

ଟାଇଗର ୩ରେ ହ୍ରିତକ !

ମୁମ୍ବାଇ: ସଲମାନ ଖାଁ, କ୍ୟାଟ୍ରିନ କୈଫ ଓ ଇମ୍ରାନ ହାସମୀ ଅଭିନୀତ ଟାଇଗର ୩ ନୂତନ ପ୍ରୋମୋ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ଆଉ ଏକ ଖବର ପ୍ରକାଶିତ ହୋଇଛି ଯେ, ହ୍ରିତିକ ରୋଶନ ଟାଇଗର ୩ରେ କ୍ୟାମିଓ କରିପାରନ୍ତି । ଅବଶ୍ୟ ଏ ନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ୱାଇଆରଏଫ ତାଙ୍କ ସ୍ପାଇ ୟୁନିଭର୍ସ ସିରିଜରେ ସମସ୍ତ ଫିଲ୍ମକୁ ଯୋଡିବାକୁ ଚାହୁଁଛନ୍ତି । ୱାରରେ ଖଳନାୟକ ଖାଲିଦ ରହମାନୀଙ୍କ ପ୍ରତିଶୋଧ ନେବା ପାଇଁ ତାଙ୍କ ପିତା ଭୂମିକାରେ ଇମ୍ରାନ ହାସୀମ ଆସିଛନ୍ତି । ସେ ସଲମାନ ସମେତ ଅନ୍ୟ ଏଜେଂଟଙ୍କୁ ମାରିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ।

ଯେପରି ଶାହାରୁଖ ଖାଁ ଅଭିନୀତ ପଠାନରେ ଟାଇଗରର ଏଂଟ୍ରି ହୋଇଥିଲା । ଏଥିରେ ମଧ୍ୟ କିଛି ଏଂଜେଟଙ୍କ ଏଂଟ୍ରି ଦର୍ଶକଙ୍କୁ ରୋମାଂଚିତ କରିବ । ଯଦି ଏହା ସତ୍ୟ ହୋଇଥାଏ ତେବେ ଟାଇଗର ୩ରେ ଶାହାରୁଖ ଓ ହ୍ରିତିକଙ୍କ ଉପସ୍ଥିତି ଏହାକୁ ଏକ ବଡ ହିଟ ଫିଲ୍ମ ଭାବେ ଗଢ଼ିତୋଳିବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.