Latest Odisha News

BREAKING NEWS

ପୁଣି ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଲେ ହ୍ରିତିକ

ନୂଆଦିଲ୍ଲୀ: ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ତାର ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ତେବେ ଏହାରି ଭିତରେ ବଲିଉଡ ଷ୍ଟାର୍‌ ହ୍ରିତିକ ରୋଶନ ପୁଣି ଥରେ ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି।

ଜଣେ ସାମ୍ବାଦିକା ଏବଂ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲଙ୍କ ଏକ ଭିଡିଓ କ୍ଲିପ୍‌କୁ ଆଧାର କରି ହ୍ରିତିକ୍ ତାଙ୍କ ଲେଖିଛନ୍ତି ଯେ ଯଦି ଏହା ସତ୍ୟ, ତେବେ ଏହା ପ୍ରକୃତରେ ଦୁଃଖଦାୟକ। ବମ୍ବେ ହାଇକୋର୍ଟ ଗୁରୁବାର ଦିନ ଆର୍ୟନଙ୍କ ଜାମିନ ଶୁଣାଣି କରିପାରନ୍ତି।

ଉକ୍ତ ଭିଡିଓ କ୍ଲିପ୍‌ରେ ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ୍ ଉଲ୍ଲେଖ କରିଛନ୍ତି ଯେ ପୂର୍ବରୁ ଡ୍ରଗ୍ ମାମଲାରେ ଆର୍ୟନଙ୍କ ବନ୍ଧୁ ଅରବାଜ୍‌ଙ୍କ ତୁଳନାରେ ବହୁ ପରିମାଣର ଡ୍ରଗ୍ସ ଥାଇ ମଧ୍ୟ ଅଭିଯୁକ୍ତଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। କିନ୍ତୁ ଆର୍ୟନଙ୍କୁ ଏଯାଏ ବେଲ୍‌ ମିଳିନଥିବା ସେ ସମ୍ପର୍କରେ ମତାମତ ଦେଇଥିଲେ। ହ୍ରିତିକ୍‌ ତାଙ୍କ ପୋଷ୍ଟକୁ ପୁନଃ ପୋଷ୍ଟ୍‌ କରି ଉଲ୍ଲେଖ କରିଛନ୍ତି ଯେ ଯଦି ଏହା ସତ୍ୟ ତେବେ ଏହା ଦୁଃଖଦାୟକ।

Comments are closed.