Latest Odisha News

ଠଥରୀରୁ ଡ଼ୋଡ଼ା ଯାଉଥିବା ମିନି ବସ୍ ଖାଇକୁ ଖସିଲା, ଦୁର୍ଘଟଣାରେ ୮ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଖାଇକୁ ଖସିଲା ଯାତ୍ରୀବାହୀ ମିନି ବସ୍। ଠଥରୀରୁ ଡ଼ୋଡ଼ା ଯାଉଥିବା ମିନି ବସ୍ ଖାଇରୁ ଖସିପଡ଼ିଛି। ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି। ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ଡ଼ୋଡ଼ା ଆଡ଼ିସନାଲ ଏସପି କହିଛନ୍ତି।

ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇ କହିଲେ, ଜମ୍ମୁ-କାଶ୍ମୀରର ଡ଼ୋଡ଼ା ନିକଟରେ ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହତଙ୍କୁ ଜିଏମସି ଡ଼ୋଡ଼ା ନିଆଯାଉଛି। ଆଗକୁ ଯାହା ସହାୟତା ଦରକାର ତାହା ପ୍ରଦାନ କରାଯିବ।

ଜାମ୍ମୁ-କାଶ୍ମୀର ଥଠରୀରେ ହୋଇଥିବା ସଡ଼କ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଓ ଆହତମାନଙ୍କୁ ୫୦ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି।

Leave A Reply

Your email address will not be published.