Latest Odisha News

BREAKING NEWS

‘ବିକ୍ରମ ବେଦ’ର ହିନ୍ଦୀ ରିମେକରେ ଏକାଠି ଆସିବେ ହ୍ରିତିକ ଓ ସୈଫ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନ ସୁପରହିଟ ତାମିଲ ଚଳଚ୍ଚିତ୍ର ବିକ୍ରମ ବେଦର ହିନ୍ଦୀ ରିମେକରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ପୁଷ୍କର-ଗାୟତ୍ରୀ।

ମୂଳ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଆର ମାଧବନ୍ ଏବଂ ବିଜୟ ସେଥୁପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବିକ୍ରମ ବେଦର ହିନ୍ଦୀ ରିମେକ୍ ସେପ୍ଟେମ୍ବର ୩୦, ୨୦୨୨ ରେ ରିଲିଜ୍ ହେବାର ଯୋଜନା ରହିଛି।

ହ୍ରିତିକ ଏବେ ଫାଇଟର୍‌ ପାଇଁ ବ୍ୟସ୍ତ ଥିବା ବେଳେ ସୈଫ୍‌ ଭୁତ୍‌ ପୋଲିସର ରିଲିଜକୁ ଅପେକ୍ଷା କରିଛନ୍ତି। ତାରନ ଆଦର୍ଶ ଟ୍ୱିଟରରେ ଏହି ଅପଡେଟ୍ ସେୟାର କରିଛନ୍ତି।

Comments are closed.