Latest Odisha News

ହଲିଉଡ ଫିଲ୍ମରେ ନଜର ଆସିବେ ହ୍ରିତିକ!

ନୂଆଦିଲ୍ଲୀ: ବଲିଉଡର ସିନେମାର ଗ୍ରୀକ୍ ଗଡ କୁୂହାଯାଉଥିବା ହ୍ରିତିକ ରୋଶନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅତିଶୀଘ୍ର ହଲିଉଡ ଫିଲ୍ମରେ ନଜର ଆସିପାରନ୍ତି ଏହି ଅଭିନେତା । ହିନ୍ଦୀ ସିନେମାର ଅନେକ ବଡ ବଡ ଅଭିନେତା ହଲିଉଡ ଫିଲ୍ମରେ କାମ କରି ସାରିଥିବାବେଳେ ଏବେ ହ୍ରିତିକଙ୍କ ପାଳି ଆସିଥିବା ଶୁଣିବାକୁ ମିଳୁଛି ।

ପିଙ୍କଭିଲାର ରିପୋର୍ଟ ମୁତାବକ, କାଲିଫର୍ଣ୍ଣିଆର ଏକ ଏଜେନ୍ସି କୌଣସି ବଡ ପ୍ରୋଜେକ୍ଟ ପାଇଁ ହ୍ରିତିକ ରୋଶନଙ୍କୁ ନେଇଥିବା ଜଣାପଡିଛି । ଯଦି ହ୍ରିତିକ ଏହି ପ୍ରୋଜେକ୍ଟକୁ ହଁ କରୁଛନ୍ତି, ତେବେ ପ୍ରଥମ ଥର କୌଣସି ହଲିଉଡ ଫିଲ୍ମରେ ନଜର ଆସିପାରନ୍ତି ।

Leave A Reply

Your email address will not be published.