Latest Odisha News

BREAKING NEWS

ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୨ ରନରେ ଅଲଆଉଟ

ଖ୍ରୀଷ୍ଟଚର୍ଚ୍ଚ : ନ୍ୟୁଜିଲାଣ୍ଡର ଖୀଷ୍ଟଚର୍ଚ୍ଚଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୨ ରନରେ ଅଲଆଉଟ ହୋଇଯାଇଛି । ଷ୍ଟମ୍ସ ଅପସାରଣ ବେଳକୁ ନ୍ୟୁଜିଲାଣ୍ଡ କୌଣସି ଓ୍ଵିକେଟ ନହରାଇ ୬୩ ରନ କରିଛି । ଅଧିନାୟକ ବିରାଟ କୋହଲୀଙ୍କ ମାତ୍ର ୩ ରନରେ ଆଉଟ ହୋଇଛନ୍ତି । ପ୍ରଥମ ଟେଷ୍ଟରେ ମଧ୍ୟ ସେ ଯଥାକ୍ରମେ ୨ ଓ ୧୯ ରନ କରିଥିଲେ ।

ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ ଟସ ଜିଣି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଓପନର ପୃଥ୍ଵୀ ଶାହ ୫୪ ରନ କରିଥିଲେ ମଧ୍ୟ ମୟଙ୍କ ଅଗ୍ରଓ୍ଵାଲ ମାତ୍ର ୭ ରନ କରିଥିଲେ । ଚେତେଶ୍ୱର ପୂଜାରା ୫୪, କୋହଲି ୩, ଅଜିଙ୍କ୍ୟ ରାହାଣେ ୭, ହନୁମା ବିହାରୀ ୫୫ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ୫ ଓ୍ଵିକେଟ ନେଇଛନ୍ତି । ସେହିପରି ଟିମ ସାଉଦି ଓ ଟ୍ରେଣ୍ଟ ବୋଲଟ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।

Leave A Reply

Your email address will not be published.