ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷା ତରଳ, ନମନୀୟ
ତା’ର ନିଜର ପରିଚୟ
ସତରେ କିଛି ବି ନ ଥାଏ
ଯେ ଯାହା କରଂତି ତା ହୁଏ
ଯେହେତୁ ଲୋକେ ଅସମାନ
ଭାଷା ବି ହୁଏନି ସମାନ
ବଦଳୁଥାଏ ଘନଘନ
ଏହା ହିଁ ତା ମୂଳ ଲକ୍ଷଣ
ପ୍ରୟୋଜନ-ଚାଳିତ ଭାଷା
ପ୍ରୟୋଗ-ନିର୍ଭର ତା ଦଶା
ହେବାଟା ଅଟେ ସ୍ବାଭାବିକ
ବୁଝଂତି ବଡ଼, ସାନ ଲୋକ
ହେଲେ ହେଁ ଭାଷାଜ୍ଞାନୀ ଜନ
ଇଚ୍ଛଂତି ଭାଷା ନିୟଂତ୍ରଣ
କରିବେ ନିଜ ଇଚ୍ଛା ବଳେ
ଏ ଇଚ୍ଛା କେବେ ବି ନ ଫଳେ
ଭାଷା ତିଆରି କରି ଆମେ
ଲଗାଇଥାଉଁ ନିଜ କାମେ
ତା ମାନ ବଢ଼େ କିଂବା କମେ
ନ ବୁଝି ଜିଉଁ ମହା ଭ୍ରମେ
ଆମର ଏପରି ଅଭ୍ୟାସ
ଦେଲେ ବି ଆନଂଦ, ସଂତୋଷ
ତା ପାଇ ହେଉଁ ଆମେ ତୃପ୍ତ
ସ୍ବଭାଷା ହୁଏନି ବିସ୍ତୃତ
Comments are closed.