Latest Odisha News

BREAKING NEWS

ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀ

ଭୁବନେଶ୍ୱର: ଆରପାରିରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଖେଳିଯାଇଛି ଶୋକର ଛାୟା।

ବରିଷ୍ଠ ବ୍ୟକ୍ତି ମାନେ ମଧ୍ୟ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛନ୍ତି । ପୁରୀ ସଦର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

“ଓଡିଶା ଆଜି ହରେଇଛି ଜଣେ ସ୍ପଷ୍ଟବାଦୀ, ନିର୍ଭୀକ ଓ ଲୋକ ପାଇଁ ଲଢେଇ କରୁଥିବା ରାଜନେତାଙ୍କୁ l ସ୍ଵର୍ଗତଃ ମହାରଥିଙ୍କ ସହ କେବଳ ମୋର ରାଜନୈତିକ ସମ୍ପର୍କ ନଥିଲା ଥିଲା ଏକ ପାରିବାରିକ ସମ୍ପର୍କ l ବିଧାୟକ ହେବା ପାଇଁ ପ୍ରୋତ୍ସାହିତ କରୁଥିବା ଓ ବିଧାୟକ ହେବା ପରେ ମତେ ଉତ୍ସାହିତ କରୁଥିବା ଜଣେ ଗୁରୁଜନ ଙ୍କୁ ହରାଇ ଆଜି ମୁଁ ଦୁଃଖ ରେ ମିୟମ୍ରାଣ l ବିଜୁ ଜନତା ଦଳ ରେ ଏକାଠି କାମ କରିବା ଠାରୁ ବିଧାନସଭା ରେ ଏକାଠି ମିଶିବାର ସୁଯୋଗ ମିଳିଥିଲା ଓ ଗୁରୁଜନଙ୍କ ପରି ମତେ ସବୁବେଳେ ଉପଦେଶ ଦେଇଥିଲେ ସ୍ଵର୍ଗତଃ ମହାରଥି l ଏହା ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି” ବୋଲି ବିଧାୟକ ନିଜ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି l

ଏହାସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସ୍ଵର୍ଗତଃ ମହାରଥି ଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଜୟନ୍ତ କୁମାର ଷଡ଼ଙ୍ଗୀ ।

Leave A Reply

Your email address will not be published.