Latest Odisha News

BREAKING NEWS

କୋରାପୁଟ ପୋଲିସକୁ ସଫଳତା, କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସକୁ ବଡ ସଫଳତା । ୧ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ସଦର ପୋଲିସ । ବ୍ରାହ୍ମଣୀ ଗାଁ ନିକଟରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ଗଞ୍ଜେଇକୁ ଜବତ କରାଯାଇଛି । ପାଖାପାଖି ୧୨୪୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ, ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

BjdElectrycity

ସୂଚନା ଅନୁସାରେ, ଏକ ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା ସଦର ପୋଲିସ । ଚଢ଼ାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ପୋଲିସ ୨ ଜଣଙ୍କୁ ଗିରଫ କରିଥିଲା । ଏଥିସହ ୪ଟି ମୋବାଇଲ ବି ଜବତ କରିଛି । ଗଞ୍ଜେଇ ଚାଲାଣ ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କୁ ଧରିବାକୁ ତଲାସି ଅଭିଯାନକୁ ଜୋରଦାର କରିଛି ପୋଲିସ । ପୂର୍ବରୁ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଅନେକଙ୍କୁ ଗିରଫ କରିଛି କୋରାପୁଟ ପୋଲିସ ।

Leave A Reply

Your email address will not be published.