Latest Odisha News

BREAKING NEWS

ରାଫେଲ ଚୁକ୍ତି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ନେଇ ଫ୍ରାନ୍ସରେ ହେବ ନ୍ୟାୟିକ ତଦନ୍ତ

ନୂଆଦିଲ୍ଲୀ : ରାଫେଲ ଚୁକ୍ତି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ନେଇ ଫ୍ରାନ୍ସରେ କରାଯିବ ନ୍ୟାୟିକ ତଦନ୍ତ । ଏହାର ତଦନ୍ତ ଲାଗି ଜଣେ ବିଚାରପତି ନିଯୁକ୍ତ ହୋଇଛନ୍ତି । ଭାରତ ସହ ଫ୍ରାନ୍ସର ହୋଇଥିବା ଚୁକ୍ତି ସମ୍ପର୍କରେ ଫ୍ରାନ୍ସ ସରକାର ଏହି ପଦକ୍ଷେପ ନେଇଛନ୍ତି । ୫୯ ହଜାର କୋଟି ଟଙ୍କାର ରାଫେଲ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଫ୍ରାନ୍ସରେ ନ୍ୟାୟିକ ତଦନ୍ତ କରାଯିବ । ଫ୍ରାନ୍‌ସର ମିଡିଆ ଜର୍ଣ୍ଣାଲ ମିଡିଆପାର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି ।

ଗତ ୨୦୧୬ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଚୁକ୍ତି ନେଇ ଗତ ଜୁନ୍ ୧୪ ତାରିଖରୁ ଆରମ୍ଭ ହୋଇଥିଲା ତଦନ୍ତ । ରିପୋର୍ଟ ଅନୁସାରେ ଫ୍ରାନ୍ସ ପବ୍ଲିକ ପ୍ରସିକ୍ୟୁସନ ସର୍ଭିସେସର ପୂର୍ବତନ ଅର୍ଥନୈତିକ ଅପରାଧ ଶାଖା ମୁଖ୍ୟ ଇଲିଆନ ହାଓଲେଟ ବିଭିନ୍ନ ମହଲରୁ ପ୍ରତିବାଦ ସତ୍ତ୍ବେ ରାଫେଲ ଚୁକ୍ତିରେ ଦୁର୍ନୀତି ଅଭିଯୋଗର ତଦନ୍ତକୁ ସ୍ଥଗିତ ରଖିଥିଲେ । ରିପୋର୍ଟରେ କୁହାଯାଇଛି ଯେ, ଫ୍ରାନ୍ସର ସ୍ବାର୍ଥ ତଥା ଅନୁଷ୍ଠାନର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ତଦନ୍ତ ବନ୍ଦ କରିବାକୁ ହାୱଲେଟ୍ ତାଙ୍କ ନିଷ୍ପତ୍ତିକୁ ଯଥାର୍ଥ କହିଥିଲେ । ପିଏନଏଫର ନୂଆ ମୁଖ୍ୟ ଜାଁ ଫ୍ରାଙ୍କୋଇସ ବୋହାର୍ଟ ଏହି ତଦନ୍ତକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୬ ମସିହାରେ ଭାରତ ସରକାର ଫ୍ରାନ୍ସ ସହିତ ୩୬ଟି ରାଫେଲ ବିମାନ ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ ।

Leave A Reply

Your email address will not be published.