Latest Odisha News

ଜିଲ୍ଲାପାଳଙ୍କ ମାନବୀୟତା; ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ ନେଲେ

ବ୍ରହ୍ମପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ। ଏନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକୁ ଜିଲ୍ଲାବାସୀ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳସ୍ଥିତ ମାରୁଡିରେ ରବିବାର ଦିନ ଏକ ବାଇକକୁ କୌଣସି କାରଣବଶତଃ ଅନ୍ୟଏକ ଅଟୋରିକ୍ସା ଧକ୍କା ଦେବା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଉକ୍ତ ଦୁର୍ଘଟଣାରେ ସମ୍ପୃକ୍ତ ବାଇକ ଚାଳକ ଆହତ ହୋଇଥିଲେ ।

ଆଜି ସକାଳ ୯ଟା ବେଳେ ସେହି ରାସ୍ତା ଦେଇ ନିଜ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଜିଲ୍ଲାପାଳ ଦୁର୍ଘଟଣା ଘଟିଥିବା ଦେଖିଥିଲେ । ସଙ୍ଗେସଙ୍ଗେ ସେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ନିଜ ଗାଡିରେ ହିଞ୍ଜିଳି ଡାକ୍ତରଖାନାକୁ ନେଇ ଯାଇଥିଲେ ।

ପରେ ସେଠାରେ ତାଙ୍କୁ ଯେପରି ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯିବ, ସେନେଇ ବ୍ୟକ୍ତିଗତ ଭାବେ ବୁଝାବୁଝି କରିଥିଲେ ।

Comments are closed.