ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ୩ ପ୍ରମୁଖ ଏଜେନ୍ସି ପାଇ ସାରିଥିବା ଶନିବାର ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ସେ ତାଙ୍କ ଅଫିସିଆଲ ଟୁଇଟର ସାଇଟରେ ଏହା ଉଲ୍ଲେଖ କରିଛି । ସିବିଆଇ, ଇଡି ଓ ଏନସିବି ଯଥେଷ୍ଟ ପ୍ରମାଣ ପାଇଛନ୍ତି ଏବଂ କୋର୍ଟରେ ସେମାନେ ଏହାକୁ ଉପସ୍ଥାପନ କରିବେ । ଏମ୍ସ ଡାକ୍ତରମାନେ ମଧ୍ୟ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହକୁ ଏଡାଇ ଦେଇ ନାହାନ୍ତି ।
ସୁଶାନ୍ତଙ୍କ ଶରୀରର ଅନ୍ତିମ ସଂସ୍କାର କରାଯାଇଥିବାରୁ ସେମାନେ ଆଉ ପୋଷ୍ଟମର୍ଟମ କରିପାରିବେ ନାହିଁ । କିନ୍ତୁ ଯେଉଁ ଦିଗ ପ୍ରତି ସନ୍ଦେହ ପ୍ରକାଶ କରାଯାଇଥିଲା ତାହାକୁ ସେମାନେ ଗ୍ରହଣ କରିଛନ୍ତି । ଇତି ମଧ୍ୟରେ ଏନସିବି ଡ୍ରଗ୍ସ କାରୋବାର ନେଇ ରିୟା ଚକ୍ରବର୍ତି ଓ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି । ସ୍ୱାମୀ ଏ ସମ୍ପର୍କରେ ସୂଚନା ଦେବା ପରେ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଉଛି ।
Comments are closed.