Latest Odisha News

BREAKING NEWS

ସମ୍ କୋଭିଡ ଓ ସମ୍ ଅଲ୍ଟିମେଟରେ ୮୭ ବର୍ଷୀୟ ବରିଷ୍ଠ ନାଗରିକଙ୍କର ସଫଳ ଚିକିତ୍ସା

ଭୁବନେଶ୍ୱର: କରୋନା ମହାମାରୀକୁ ହରାଇଛନ୍ତି ୮୭ ବର୍ଷର ବରିଷ୍ଠ ନାଗରିକ। ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବରିଷ୍ଠ ନାଗରିକ କୃପାସିନ୍ଧୁ ସାହୁ।

ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ସାହୁ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ।

ତାଙ୍କର ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ସହ ଛାତିରେ ମଧ୍ୟ ସଂକ୍ରମଣ ଥିଲା। ଫଳରେ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା। ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଚିକିତ୍ସା ଓ ଯତ୍ନ ଫଳରେ ୭ ଦିନ ମଧ୍ୟରେ କରୋନାମୁକ୍ତ ହୋଇଥିଲେ ଶ୍ରୀ ସାହୁ।

କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଶ୍ରୀ ସାହୁଙ୍କର ସ୍ୱାସ୍ଥ୍ୟଜନିତ ଅନ୍ୟାନ୍ୟ କିଛି ସମସ୍ୟା ରହିଥିଲା। ତେଣୁ ତାଙ୍କ ଛାତିରେ ଥିବା ସଂକ୍ରମଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଆରୋଗ୍ୟ ହେବା ପାଇଁ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇଥିଲା।

ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ, ହୃଦରୋଗ ବିଭାଗ ଏବଂ ଆଇସିୟୁର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ୍ସଙ୍କର ଯତ୍ନ ଓ ଉତମ ଚିକିତ୍ସା ଫଳରେ ସେ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିଛନ୍ତି।

ସୁସ୍ଥ ହେବା ପରେ ଶ୍ରୀ ସାହୁ କହିଛନ୍ତିଯେ ଯେଉଁ ଯତ୍ନ ଏବଂ ନିଷ୍ଠାର ସହ ସମ୍ କୋଭିଡ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାରରେ ତାଙ୍କର ଚିକିତ୍ସା କରାଗଲା ତାହା ଅବର୍ଣ୍ଣନୀୟ।

ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ସେ ଗଭୀର କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ସେ ଡାକ୍ତର ସିଦ୍ଧାନ୍ତ କର ଏବଂ ଡାକ୍ତର ଏସ୍‌.ଏସ୍ ମିଶ୍ରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ପିତାଙ୍କ ସୁସ୍ଥ ହେବା ନେଇ ଗଭୀର ଆନନ୍ଦ ପ୍ରକଟ କରିଛନ୍ତି ତାଙ୍କ ପୁଅ ତଥା ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ।

ସେ ନିଜେ ମଧ୍ୟ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବେଳେ ନିଜର ଓ ତାଙ୍କ ବାପାଙ୍କ ଆରୋଗ୍ୟ ନିମନ୍ତେ ସବୁ ଶ୍ରେୟ ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ଓ ନର୍ସମାନଙ୍କୁ ଦେଇଛନ୍ତି ।

ରାଜୀବ ସାହୁ କହିଛନ୍ତି ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର ପ୍ରଦୀପ୍ତ କୁମାର ପାତ୍ର, ଡାକ୍ତର ସମୀର ସାହୁ, ଡାକ୍ତର ସନ୍ତୋଷ ସିଂ ଏବଂ ଡାକ୍ତର ସତ୍ୟ ମହାପାତ୍ର ନିରବଚ୍ଛିନ୍ନ ଭାବେ ତାଙ୍କ ବାପାଙ୍କର ସେବା କରିଥିଲେ ଯାହା ଦ୍ୱାରା କି ସେ ସୁସ୍ଥତା ପାଇପାରିଲେ।

ରାଜ୍ୟ ଓ କେନ୍ଦ୍ର ସରକାର ଏହି ମହାମାରୀକୁ ପ୍ରତିହିତ କରିବା ପାଇଁ ଅନେକ ପ୍ରଚେଷ୍ଟା ଚଳାଇଥିବା ବେଳେ ସମ୍ କୋଭିଡ ହସ୍ପିଟାଲ୍ ମଧ୍ୟ ଏନେଇ ସଂଗ୍ରାମ ଜାରୀ ରଖିଛି ବୋଲି ଶ୍ରୀ ସାହୁ ଅନୁଷ୍ଠାନର ପ୍ରଶଂସା କରିଛନ୍ତି।

ଏନେଇ ସେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ମଧ୍ୟ ଅଶେଷ କୃତଜ୍ଞତା ଜଣାଇଛନ୍ତି ।

କୃପାସିନ୍ଧୁ ସାହୁଙ୍କ ଭଳି ବରିଷ୍ଠ ନାଗରିକଙ୍କର ସୁସ୍ଥ ହୋଇ ଘରକୁ ଫେରିବା ଘଟଣା ନିଶ୍ଚିତ ଭାବେ କୋଭିଡ ଯୋଦ୍ଧା ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.