Latest Odisha News

BREAKING NEWS

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ଦିନ ଆକଳନ କରାଯାଇଛି ।

ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୨ଟା ୧୫ମି.ରୁ ୩ଟା ୧୫ମି. ମଧ୍ୟରେ ରାଜ୍ୟର ପ୍ରାୟ ୫ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

 

ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବାଲେଶ୍ୱର, ଢେଙ୍କାନାଳ, ନୟାଗଡ, ଗଞ୍ଜାମ ଓ ସୁନ୍ଦରଗଡ ଆଦି ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେହିପରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର କେତେକାଂଶ ଜିଲ୍ଲାରେ ପ୍ରବଳ ବର୍ଷ ଆଶଙ୍କା ରହିଥିବା ପୂର୍ବାନୁମାନ କରାଯାଇଛି । ଏପରିକି ଏହି ସମୟ ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରିଣ ଓଡିଶାର ସ୍ଥାନେ ସ୍ଥାନେ ବର୍ଷା ଓ ଘଡଘଡିର ସମ୍ଭାବନା ରହିଛି ।

Leave A Reply

Your email address will not be published.