ନୂଆଦିଲ୍ଲୀ:ଶୁକ୍ରବାର ପୃଥିବୀର ନିକଟତର ହେବାକୁ ଯାଉଛି ଜ୍ୱଳନ୍ତ ଗ୍ରହାଣୁପିଣ୍ଡ ୨୦୨୦-ଏନଡି । ବର୍ତମାନ ଏହା ପୃଥିବୀଠାରୁ ୦.୦୩୪ ଆଷ୍ଟୋନୋମିକାଲ ୟୁନିଟ ଦୂରରେ ରହିଛି । ଏହା ପୃଥିବୀ ପାଇଁ ବିପଦ ସମ୍ଭାବନା ସୃଷ୍ଟି କରିପାରେ ବୋଲି ନାସା ଅନୁମାନ ବ୍ୟକ୍ତ କରିଛି । ଯଦି ବାୟୁମଣ୍ଡଳରେ ଘର୍ଷଣ ଯୋଗୁ ଏହା ପାଉଁଶ ହୁଏ ତେବେ ମଧ୍ୟ ଏହାର କିଛି ଅଂଶ ପୃଥିବୀରେ ପଡିପାରେ ।
ଯେଉଁଠାରେ ଏହା ପଡିବ ସେଠାରେ ଧନଜୀବନ ହାନୀର ଆଶଙ୍କା ରହିଛି । ପୂର୍ବରୁ ୧୯୭୯ରେ ସ୍କାଏଲାବ ପୃଥିବୀ ମୁହାଁ ହୋଇଥିଲେ ମଧ୍ୟ ମହାକାଶ ବିଜ୍ଞାନୀ ଏହାକୁ ପ୍ରଶାନ୍ତ ମହାସାଗର ମୁହାଁ କରାଇଥିଲେ । ମାତ୍ର ଏଥର ଏହା କରିବା ସମ୍ଭବପର ନୁହେଁ ବୋଲି ନାସା ପକ୍ଷରୁ କୁହାଯାଇଛି ।
Comments are closed.