Latest Odisha News

BREAKING NEWS

ନଗମାଙ୍କ ମିଛକୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ପଦାରେ ପକାଇଲେ କୁଇନ କଙ୍ଗନା

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ କୁଇନ କଙ୍ଗନା ରାନାୱତ ଖୋଲାଖୋଲି ଭାବେ ନେପଟୋଜିମକୁ ଏଥିପାଇଁ ଦାୟୀ କରିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ଅନେକ ପ୍ରଶଂସା କରୁଥିବା ବେଳେ ବିରୋଧୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦକ୍ଷିଣ ଭାରତ ଅଭିନେତ୍ରୀ ନଗମା ନେପଟୋଜିମ ନେଇ କଙ୍ଗନାକୁ ସମାଲୋଚନା କରିଥିଲେ । ଯାହାର କ୍ୟାରିୟର ନେପଟୋଜିମ ଯୋଗୁ ତିଆରି ହୋଇଛି ତାକୁ ସେ ସମାଲୋଚନା କରୁଛନ୍ତି । ଏ ନେଇ ସେ ଏକ ଗ୍ରାଫିକ୍ସ ମଧ୍ୟ ଶେୟାର କରିଥିଲେ । ଗୁରୁବାର କୁଇନ କଙ୍ଗନା ଟିମ୍ ଏହାର ଜବାବ ରଖିଛନ୍ତି ।

ଆଦିତ୍ୟ ପାଂଚୋଲି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ପରିଚିତ କରାଇଥିଲେ ମଧ୍ୟ ସେ ସର୍ବଦା ତାଙ୍କୁ ହଇରାଣ କରୁଥିଲେ । ଏପରି କି ସେଟରେ ବାଡେଇଛନ୍ତି । ଅନୁରାଗ ବାସୁଙ୍କ ପରିଚିତ କହି ଆଦିତ୍ୟ କଙ୍ଗନାଙ୍କ ନିକଟତର ହୋଇଥିଲେ । ପରେ ଜଣା ପଡିଥିଲା ଅନୁରାଗଙ୍କ ସେ ଭଲ ଭାବେ ପରିଚିତ ନୁହେଁ । କାଇଟ୍ସ ଓ କ୍ରିଶରେ ସେ ଅଭିନୟ କରିବାକୁ ଚାହୁଁ ନ ଥିଲେ ମଧ୍ୟ ତାଙ୍କ ଉପରେ ଚାପ ପକାଯାଇ ଏହା କରାଯାଇଥିଲା । କୌଣସି ଏଜେନ୍ସି କଙ୍ଗନାଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ । ଏହାର ମୁଖ୍ୟ କାରଣ ଥିଲା ବଡ ବଡ ଲୋକଙ୍କ ବାହାଘର ଓ କାର୍ଯ୍ୟକ୍ରମରେ ସେ ଯିବାକୁ ଚାହୁଁ ନ ଥିଲେ । ସବୁଠାରୁ ନିରାଶ ହେବା ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଏ ଲାଇନରେ ନୂତନ ହେବା ସତ୍ୱେ ଭଉଣୀଙ୍କ କ୍ୟାରିୟର ପାଇଁ ଆଗକୁ ଆସିଥିଲେ । କଙ୍ଗନାଙ୍କ ନାମରେ ମିଛ କହିବା ବନ୍ଦ କର ବୋଲି ତାଙ୍କ ଟିମ୍ ଟୁଇଟ କରିଛନ୍ତି । ଏହା ପରେ ୟୁଜର୍ସମାନେ ନଗମାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

 

Leave A Reply

Your email address will not be published.