Latest Odisha News

BREAKING NEWS

ସମ୍ବଲପୁରରୁ ବିପୁଳ ପରିମାଣର କଫ୍‌ ସିରପ୍ ଜବତ, ୨୬ ଗିରଫ

ସମ୍ବଲପୁର: ସମ୍ବଲପୁରରୁ ବିପୁଳ ପରିମାଣରେ କଫ୍‌ ସିରପ୍ ଜବତ କଲା ଟାଉନ ଥାନା ପୋଲିସ। ୧୦ ହଜାର ୮୦୦ ବୋତଲ କଫ୍‌ ସିରପ୍‌ ଜବତ କଲା ପୋଲିସ। ଏହାସହ ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଛି। ଏମାନେ କୋଲକାତାରୁ କଫ୍‍ ସିରଫ୍‍ ଆଣି ଚାଲାଣ କରୁଥିବା ଏସପି ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ସମ୍ବଲପୁର, ବରଗଡ଼, ସୋନପୁର ଅଞ୍ଚଳର ଥିବା ସୂଚନା ରହିଛି। ଗିରଫଙ୍କ ମଧ୍ୟରୁ ଅନେକଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଏସପି ସୂଚନା ଦେଇଛନ୍ତି ।

Comments are closed.