ନୂଆପଡା: ବନବିଭାଗକୁ ପୁଣି ବଡ଼ ସଫଳତା। ବିପୁଳ ପରିମାଣର ଖଏର କାଠ ସହ ଚାରି ଜଣ କାଠ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଡିଏଫଓ ଅଜିଜ ଖାନଙ୍କ ନିର୍ଦ୍ଦେଶରେ ଗତ ୮ ତାରିଖ ଦିନ ଜିଲ୍ଲାର ତିନି ଗୋଟି ସ୍ଥାନ ଖଡ଼ିଆଳ ଓ କୋମନା ରେଞ୍ଜ ବନ କର୍ମଚାରୀ ଚଢାଉ କରିଥିଲେ।
ପ୍ରଥମେ ଖଡ଼ିଆଳ ରେଞ୍ଜ ଉପରପିଟା ଓ କେନ୍ଦୁମୁଣ୍ଡା ଠାରେ ଚଢାଉ କରି ଦୁଇଗୋଟି ପିକଅପ ଭ୍ୟାନକୁ କାବୁ କରି ଜବତ କରିଥିଲା। ଗାଡ଼ିରୁ ବିପୁଳ ପରିମାଣର କାଠ ଜବତ ହୋଇଥିଲା। ସେଠୁ ଚାରି ଜଣ କାଠ ମାଫିଆକୁ ଗିରଫ କରିବାରେ ସଫଳ ହୋଇଥିବା ଖଡ଼ିଆଳ ଡିଏଫଓ ସୂଚନା ଦେଇଛନ୍ତି। ସେହିଭଳି କୋମନା ରେଞ୍ଜ ବିଜୁ ଏକ୍ସ ପ୍ରେସ ରାସ୍ତା ବିଶିବାହଲ ଗାଁ ନିକଟରୁ ଚଢାଉ କରି ଆହୁରି କାଠ ଜବତ କରିଥିବା ବେଳେ ମାଫିଆ ମାନେ ଫେରାର ହୋଇଯାଇଥିଲେ।
ବର୍ତ୍ତମାନ ବନ ବିଭାଗ ୫୪.୮ କ୍ୟୁଣ୍ଟାଲ କାଠ ସହ ଦୁଇ ଗୋଟି ପିକଅପ ଭ୍ୟାନକୁ ଜବତ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବାର ପ୍ରୟାସ ଜାରି ରଖିଥିବା ଡିଏଫଓ ଏକ ସାମ୍ବାଦିକ ସମ୍ମିଲନୀ ଜରିଆରେ ସୂଚନା ଦେଇଛନ୍ତି।
ନୂଆପଡ଼ା ଜିଲ୍ଲା ବ୍ୟାପି ଅନେକ ମୂଲ୍ୟବାନ କାଠର ଭଣ୍ଡାର ଥିବା ବେଳେ ଏବେ ମାଫିଆଙ୍କ ନଜରରେ ରହିଛି ଏହି କରିଡ଼ର। ଗତ ଦୁଇ ମାସ ମଧ୍ୟରେ କେବଳ ଖଏର୍ କାଠ ମାଫିଆଙ୍କ ଉପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଆଠରୁ ଦଶ ଜଣ ମାଫିଆଙ୍କୁ ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ବନ ବିଭାଗ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
Comments are closed.