ନୂଆପଡ଼ା: ମଦ ଓ ଗଞ୍ଜେଇ ସହ ନିଶା କାରବାରରେ ଲିପ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପରେସନ ଶୁଦ୍ଧି ଅଭିଯାନ ଆରମ୍ଭ କରିଛି ନୂଆପଡ଼ା ଜିଲ୍ଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ସେମାନଙ୍କୁ ଗିରଫ କରାଯାଉଛି । ହେଲେ ଆଜି ଏକ ବଡ ଧରଣ ଗଞ୍ଜେଇ କାରବାର ଲିପ୍ତ ଦୁଇ ଗଞ୍ଜେଇ ମାଫିଆ ଦମ୍ପତିଙ୍କ ସହ ୧୨ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇକୁ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଖରୀଆର ରୋଡ ଯୋଙ୍କ ପୋଲିସ ।
ସୂଚନା ଅନୁସାରେ ଗତକାଲି ଦିନ ୧୨ଟା ୩୦ ସମୟରେ ବିଶେଷ ସୂତ୍ରରୁ ଖବରପାଇ ଖରୀଆର ରୋଡ଼ ଯୋଙ୍କ ଥାନା ଆଇଆଇସି ପ୍ରଦୀପ ଧରୁଆଙ୍କ ନେତୃତ୍ଵରେ ଏକ ଆଇ-୨୦ କାରକୁ ଅଟକ ରଖି ଛାନଭିନ କରିଥିଲା । କାର ମଧ୍ୟରେ ଥିବା ଦମ୍ପତ୍ତି ଅତି ଚତୁରତାର ସହ ୨୪ କେଜି ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଥିଲା l ପରେ ସେମାନଙ୍କୁ ପଚରା ଉଚୁରା କରିବାପରେ ଦମ୍ପତ୍ତିଙ୍କ ଘର କୋମନା ଥାନା ଜେଠୁପାଲି ରେ ଚଢାଉ କରି ସେଠାରୁ ମଧ୍ୟପ୍ରଦେଶରୁ ଆସିଥିବା ୧୦ ଜଣ ଗଞ୍ଜେଇ ବେପାରୀଙ୍କୁ କାବୁ କରି ତାଙ୍କ ଠାରୁ ୧୪ କେଜି ଗଞ୍ଜେଇ ସହ ସମସ୍ତଙ୍କୁ ଗିରଫ କରିଥିଲା ।
ଏହି ମାମଲାରେ ବର୍ତ୍ତମାନ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ ସହ ଗୋଟିଏ କାର, ଚାରି ଗୋଟି ମୋବାଇଲ, ନଗଦ ୨୭ ଏକ ଶହ ଟଙ୍କାକୁ ଜବତ କରିବା ସହ ୧୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ୧୨ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ମହିଳା ମଧ୍ୟ ସାମିଲ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚୋରା ଚାଲାଣ ଆନ୍ତରାଜ୍ୟ ହୋଇଥିବାରୁ ଏହାର ତଦନ୍ତ ପୁଙ୍ଖାନୁପୁଙ୍ଖ କରି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
Comments are closed.