Latest Odisha News

BREAKING NEWS

[ଭିଡ଼ିଓ] ଆମିଷ ବଜାରରେ ଛାଡ଼ଖାଇ ଭିଡ଼

ଭଦ୍ରକ: ଶନିବାର ଖାଁ ଖାଁ । ଆଉ ଆଜି ଆମିଷ ବଜାରରେ ଲାଗିଛି ଗହଳି । ବଜାରରେ ଖଚାଖଚ୍ ଭିଡ଼ । ମାଛ ଚିଙ୍ଗୁଡିରୁ ନେଇ ମଟନ ଯାଏ କିଣିବାକୁ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଛି । ଅନ୍ୟ ସ୍ଥାନଭଳି ଭଦ୍ରକ ବଜାରରେ ବି ସକାଳୁ ସକାଳୁ ଲାଗିଛି ଗହଳି । ମଟନ କିଲୋ ୭୦୦ଟଙ୍କା ଥିବା ବେଳେ ଚିକେନ୍ ୨୦୦ ଟଙ୍କା ରହିଛି ।

ସେହିଭଳି ମାଛ ବଜାରରେ ବି ବହୁତ ଗହଳି । ଇଲିସି ମାଛ ରେଟ୍ ୮୦୦ରୁ ୧୪୦୦ ଯାଏଁ ରହିଛି । ରୋହି,ଭାକୁଡ, ଚିଙ୍ଗୁଡ଼ି ବାହାଲ, ଖଣ୍ଡା, ଚମ୍ପା, ହରଡା ଖାଇ, ବାଟା ମାଛର ଦର ଆଜି ୨୫୦ ଟଙ୍କା ଉପରେ ବିକ୍ରି ହେଉଥିବା ବେଳେ ଚୁନା ମାଛ ଦର ୩୦୦ଟଙ୍କା ରହିଛି । ବଡ଼ ଚିଙ୍ଗୁଡ଼ି ୫୦୦ ରୁ ୭୦୦ ରହିଥିବା ବେଳେ କଙ୍କଡା ୫୦୦ ଟଙ୍କାରେ ବିକ୍ରି ହେଉଛି ।

ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଥିବା ବି ଆମିଷ ମାର୍କେଟରେ ଛାଡଖାଇ ପାଇଁ ଲାଗିଛି ଗହଳି । ଶନିବାର ଯୋଗୁ ବଜାର ଖାଲିଥିବା ବେଳେ ଆଜି ରବିବାର ଲାଗିଛି ଭିଡ଼ । ଗ୍ରାହକଙ୍କ ଭିଡ଼ ସାଙ୍ଗକୁ ଦୁଇ ପଇସା ରୋଜଗାର କରି ବ୍ୟବସାୟୀ ବି ବେଶ୍ ଖୁସି ଅଛନ୍ତି ।

Comments are closed.