ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ କଡା ଟ୍ୱିଟ୍ । ଗତକାଲି ତାଙ୍କ ଘରକୁ ଯାଇଥିବା ମାନବାଧିକାର କର୍ମୀଙ୍କ ପାଞ୍ଚଜଣିଆ ଟିମ୍ ତାଙ୍କୁ ଓ ତାଙ୍କ ପରିବାରକୁ ଠକିଥିବା ସେ ଟ୍ୱିଟରେ ଲେଖିଛନ୍ତି । ଏମିତିକି ତାଙ୍କ ବାପା ମାଆ ଅସୁସ୍ଥ ଥିବା ବେଳେ ଟିମ୍ ଘରକୁ ଆସିଥିଲେ । ସେ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିଛନ୍ତି । ଏହି ସମୟରେ ଗଣମାଧ୍ୟମ ସାମ୍ନାରେ କିଛି ନ କହିବାକୁ ମାନବାଧିକାର କର୍ମୀମାନେ ଅନୁଭବଙ୍କୁ କହିଥିଲେ । କିନ୍ତୁ ତାଙ୍କ ଘରୁ ଗଲା ପରେ ବାହାରେ ଗଣମାଧ୍ୟମରେ ସେମାନେ ବର୍ଷାଙ୍କ ସପକ୍ଷରେ ଓ ତାଙ୍କ ସମ୍ପର୍କରେ ମିଛ କଥା କହିଲେ ।
Never expected that so called respected human rights would cheat me and my parents this badly when both my parents are critically ill.I had co-operated in everything.They had asked me not to speak before media as they too won’t speak.But they did & that too all lies@ashwani_dube
— Anubhav Mohanty (@AnubhavMohanty_) September 11, 2020
ମୁଖ୍ୟତଃ ଏହି ପାଞ୍ଚ ଜଣିଆ ଟିମରେ ଥିବା ଗୀତାଶ୍ରୀ ଦାସଙ୍କୁ ନେଇ ଅନୁଭବ ଲେଖିଛନ୍ତି ଯେ, ଗୀତାଶ୍ରୀ ହେଉଛନ୍ତି ବର୍ଷାଙ୍କ ଘନିଷ୍ଠ ବନ୍ଧୁ ଓ ସହଯୋଗୀ । ବର୍ଷା କରିଥିବା ସଂସ୍ଥାରେ ମଧ୍ୟ ସେ କାମ କରନ୍ତି । ତାଙ୍କଠାରୁ ନିରପେକ୍ଷ ତଦନ୍ତ କିପରି ଆଶା କରାଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଅନୁଭବ । ଏଥି ସହ ସେ କହିଛନ୍ତି ଏହା ତାଙ୍କ ବିରୋଧରେ ଏକ ବହୁତ ବଡ ଷଡଯନ୍ତ୍ର । ଏଥି ସହ ଗୀତାଶ୍ରୀ ଦାସଙ୍କର ବର୍ଷା ଓ ତାଙ୍କ ପରିବାର ଲୋକଙ୍କ ସହ ଥିବା କିଛି ଫଟୋ ମଧ୍ୟ ସେ ପୋଷ୍ଟ କରିଛନ୍ତି ।
ଅନ୍ୟ ଏକ ଟ୍ୱିଟରେ ଅନୁଭବ ଲେଖିଛନ୍ତି, ‘କେହି ଜଣେ ଟ୍ୱିଟ କରିଛନ୍ତି, ଆଇନ ପ୍ରମାଣ ଉପରେ ବିଶ୍ୱାସ କରେ । ଏହି କଥାକୁ ମୁଁ ମାନୁଛି । ଆଉ ଏଠି ପ୍ରମାଣ ମଧ୍ୟ ଦେଉଛି । କେହି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ସମୟ ସାଙ୍ଗେ ସାଙ୍ଗେ ସବୁ ପ୍ରମାଣ ମିଳିଯିବ । ଏଥି ସହ ଗତ ସାତ ବର୍ଷ ଧରି ମୁଁ ଓ ମୋ ପରିବାର ପାଇଥିବା ଦୁଃଖ କଷ୍ଟ ଶାରିରୀକ କଷ୍ଟ ସବୁ ଦିନ ପାଇଁ ଦୂରେଇ ଯିବ । ’
Few minutes back someone tweeted,“law believes in evidence”. Agree?? So,here are the evidences.I request that someone not to worry at all.A lot more evidences shall follow with time and the immense pain, tears and bad health that me & my family has got in 7yrs will go away 4evr??
— Anubhav Mohanty (@AnubhavMohanty_) September 11, 2020
ଏହି ଜନ୍ମ କଣ କୋଉ ଜନ୍ମରେ ବି ସେ ବର୍ଷାଙ୍କ ସହ ରହିବାକୁ ଚାହିଁବେନି ବୋଲି ଲେଖିଛନ୍ତି । ଏଥି ସହ ବର୍ଷା ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମାରିଦେବା ପାଇଁ ଚେଷ୍ଟା କରିଥିବା କହିଛନ୍ତି । ବର୍ଷା ବହୁ ଟଙ୍କା ଖର୍ଚ୍ଚ କରି ତାଙ୍କୁ ତାଙ୍କ ପରିବାରକୁ ଓ ତାଙ୍କ ସହେଯାଗୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଅନୁଭବ ।
Comments are closed.