Latest Odisha News

ଥାନାରେ ହାଜର ହେବେ ହ୍ୟୁମାନ୍-ଶ୍ରେୟା, ହେବ ଆପୋଷ ସମାଧାନ

ଭୁବନେଶ୍ୱର : କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଶ୍ରେୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା  । ଆଜି ଥାନରେ ହାଜର ହେବେ ହ୍ୟୁମାନ ଶ୍ରେୟା  । ହ୍ୟୁମାନ ସାଗରଙ୍କ ନାଁରେ ପତ୍ନୀ ଶ୍ରେୟା ଆଣିଥିଲେ ସାଂଘାତିକ ଅଭିଯୋଗ  । ଶାରିରିକ ଓ ମାନସିକ  ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ ଶ୍ରେୟା  ।

ସୂଚନା ଅନୁଯାୟୀ, କଟକ ମହିଳା ଥାନାରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ । ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ବୋଲି ସେ ପ୍ରେସମିଟ୍‌ରେ କହିଥିଲେ। ଝିଅର ଜନ୍ମ ପରେ ହ୍ୟୁମାନଙ୍କ ନିର୍ଯାତନା ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ହ୍ୟୁମାନ ପ୍ରବଳ ମଦ୍ୟପାନ କରୁଥିଲେ, ବାରଣ କରିବାରୁ ମାଡ଼ ମାରୁଥିଲେ । କେବଳ ସେତିକି ନୁହେଁ, ଝିଅ ପ୍ରତି ହ୍ୟୁମାନଙ୍କ ସେତେ ଭଲପାଇବା ନଥିଲା ବୋଲି ଶ୍ରେୟା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏଥିସହ ଶାଶୁଘର ଲୋକେ ତାଙ୍କ ନିୟମ ମାନି ଚଳିବାକୁ ବାଧ୍ୟ କରୁଥିଲେ ବୋଲି କହିଥିଲେ ଶ୍ରେୟା।

ସବୁ ଠାରୁ  ବଡ଼ କଥା ହେଉଛି ଦୁହିଁଙ୍କ ମଧ୍ୟରେ ଜଣେ ତୃତୀୟ ବ୍ୟକ୍ତି ଥିବା କହିଥିଲେ ଶ୍ରେୟା  । ଯେଉଁଥିପାଇଁ ସେ ଘର ଛାଡ଼ି ଚାଲିଯିବାକୁ ଉଚିତ ମନେ କରିଥିଲେ । ତେବେ ଏହି ତୃତୀୟ ବ୍ୟକ୍ତି କିଏ ଆଜିଯାଏଁ ସ୍ପଷ୍ଟ ଜଣା ପଡ଼ିନଥିବା ବେଳେ  ଶ୍ରେୟାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ହ୍ୟୁମାନ ।  କହିଥିଲେ ଯଦି ମୁଁ ନିର୍ଯାତନା ଦେଉଥିଲି ସେ ମୋ ସହ ୮ ବର୍ଷ ଧରି କିପରି ରହୁଥିଲେ । ଏତେସବୁ ଭିତରେ ତଥାପି ଆପୋଷ ବୁଝାମଣା ପାଇଁ ରାଜି ଅଛନ୍ତି ହ୍ୟୁମାନ  । ଆଜି ଥାନାରେ ହାଜର ହୋଇ ଉଭୟ ପକ୍ଷ ରଖିବେ  ଆଉ ଉଭୟ ଦମ୍ପତ୍ତିଙ୍କ ମଧ୍ୟରେ ଆପୋଷ ସମାଧାନ ହେବ ବୋଲି ଆଶା କରାଯାଉଛି । ଉଭୟ ଦମ୍ପତ୍ତି ଥାନାରେ ହାଜର ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି କୁହାଯାଉଛି  ।

Leave A Reply

Your email address will not be published.