Latest Odisha News

BREAKING NEWS

ପିଚ ଉପରେ ରାଗିଗଲେ ହାର୍ଦ୍ଦିକ ପାଣ୍ଡ୍ୟା

ରାଂଚି: ଭାରତ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ତେବେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପୀଚକୁ ନେଇ ଟିମ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପିଚ ଟି୨୦ ଖେଳିବା ପାଇଁ ଉପଯୁକ୍ତ ନୁହେଁ । ଉଭୟ ଟିମକୁ ରନ ପାଇଁ ସଂଘର୍ଷ କରିବାକୁ ପଡିଥିଲା । ଟାର୍ଗେଟ କମ ଥିବାରୁ ଆମେ ବିଜୟ ହାସଲ କରିଥିଲୁ ବୋଲି ସେ କହିଛନ୍ତି । ସମୟ ପୂର୍ବରୁ ପିଚ ପ୍ରସ୍ତୁତ କରାଯାଇ ନ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ମୁଁ ଅନୁମାନ କରୁଛି ବୋଲି ପାଣ୍ଡ୍ୟା କହିଛନ୍ତି । ପିଚରେ ବଲ ଯେଉଁଭଳି ଟର୍ଣ୍ଣ କରୁଥିବା ତାହା ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ଖେଳିବା ସମ୍ଭବପର ନ ଥିଲା ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୯୯ ରନ କରିଥିଲା । କୌଣସି ବ୍ୟାଟ୍ସମ୍ୟାନ ୨୦ରନ ଅତିକ୍ରମ କରିପାରି ନ ଥିଲେ । ଭାରତ ସଂଘର୍ଷ କରି ଶେଷ ଓଭରରେ ଗୋଟିଏ ବଲ ବାକିଥାଇ ମ୍ୟାଚରେ ବିଜୟ ହାସଲ କରିଥିଲା । ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୨୬ ରନ କରିଥିଲେ । ମ୍ୟାଚର ଉଭୟ ଇନିଂସରେ ଗୋଟିଏ ବି ଛକା ମରାଯାଇ ନ ଥିଲା ।

Leave A Reply

Your email address will not be published.