Latest Odisha News

BREAKING NEWS

ସୋଲାପୁରର ବ୍ରିଜରୁ ଡେଇଁ ୧୨ ହରିଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ଏକ ପୋଲରୁ ଡେଇଁ ୧୨ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି  ମହାରାଷ୍ଟ୍ରର ସୋଲାପୁରସ୍ଥିତ ସୋଲାପୁର-ମାଣ୍ଡ୍ରୁପ ରାସ୍ତାରେ ଥିବା ଏକ ବ୍ରିଜ୍ ନକଟରେ ।

ହଠାତ୍ ପୋଲରୁ ଡେଇଁବାରୁ ୧୨ ମୃଗଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଆହତ ହୋଇଛନ୍ତି। ଏସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ଦିନ ସୋଲାପୁର-ବିଜାପୁର ରାଜମାର୍ଗରେ ଥିବା ପୋଲରେ ଏହି ଘଟଣା ଘଟିଛି ବୋଲି କହିଛନ୍ତି ବରିଷ୍ଠ ପୋଲିସ ଇନିସପେକ୍ଟର ଉଦୟ ସିଂ ପାଟିଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲର ଉଚ୍ଚତା ୩୦ ଫୁଟ ଉଚ୍ଚ। ଏତେ ଉଚ୍ଚରୁ କୃଷ୍ଣସାର ମୃଗ ଗୁଡିକ ଡେଇଁବାରୁ ଏପରି ଘଟିଛି।

ହଠାତ୍ ଏତେ ସଂଖ୍ୟକ କୃଷ୍ଣସାର ମୃଗ କ’ଣ ପାଇଁ ଏପରି କଲେ ଜଣା ପଡିନଥିବା ବେଳେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ  ଆହତ ଦୁଇ ମୃଗଙ୍କୁ ବନବିଭାଗର ପଶୁ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ଜାରି ରହିଛି।

Leave A Reply

Your email address will not be published.