Latest Odisha News

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

କୋରାପୁଟ: କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ । କୋରାପୁଟ ସଦର ଥାନା ଅନ୍ତର୍ଗତ ଏକତାଗୁଡା କାଜୁ ଜଙ୍ଗଲରୁ ନର କଙ୍କାଳ ଠାବ ହୋଇଛି । ଖବର ପାଇ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ,ସଦର ଥାନା ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛ।

ତେବେ ଘଞ୍ଚ ଜଙ୍ଗଲ ଭିତରେ ନର କଙ୍କଳା କେଉଁଠୁ ଆସିଲା ପ୍ରଶ୍ନ ବାଚୀ ସୃଷ୍ଟି ହେଉଥିବା ବେଳେ । ପ୍ରମାଣ ନଷ୍ଟ କରିବା ପାଇଁ କେହି ହତ୍ୟା କରି ପୋଡିଦେଇଥିବା ଅନୁମାନ କରାଯାଉଛି ।ସାଇଣ୍ଟିଫିକ ଟିମ ତଦନ୍ତ ସାରିବା ପରେ କେଉଁ ପରିସ୍ଥିତିରେ ଘଟଣାଟି ଘଟିଛି ତାହା କହି ହେବ ବୋଲି କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ କହିଛନ୍ତି ।

Comments are closed.