Latest Odisha News

ଉଦ୍ଦେଶ୍ୟମୂଳକ ଭାବେ କରୋନା ସଂକ୍ରମିତ ହେଲେ ମିଳିବ ୪ ଲକ୍ଷ ଟଙ୍କା!

ନୂଆଦିଲ୍ଲୀ: ଆସନ୍ତା ମାସରେ ଲଣ୍ଡନରେ ହ୍ୟୁମାନ୍ ଚ୍ୟାଲେଞ୍ଜର ପରୀକ୍ଷା ହେବାକୁ ଯାଉଛି। ଲଣ୍ଡନର ରୟାଲ୍ ଫ୍ରି ହସ୍ପିଟାଲରେ ହେବାକୁ ଥିବା ଏହି ପରୀକ୍ଷଣରେ ପ୍ରାୟ ୨୫୦୦ ବ୍ରିଟିଶ୍ ଲୋକ ଉଦ୍ଦେଶ୍ୟମୂଳକ ଭାବେ କରୋନା ପଜିଟିଭ୍ ହେବାକୁ ଯାଉଛନ୍ତି। ଯାହା ପରେ ଏହି ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯିବ। ଏହି ପରୀକ୍ଷଣରେ, ସୁସ୍ଥ ଲୋକଙ୍କୁ ପ୍ରଥମେ କରୋନା ଭାଇରସ୍ ପଜିଟିଭ୍ ଦିଆଯିବ ଏବଂ ତା’ପରେ ସେମାନଙ୍କୁ ଟିକା ଦିଆଯିବ ଏବଂ ଟିକା କାମ କରୁଛି କି ନାହିଁ ଏହାର ଫଳାଫଳ ଉପରେ ନଜର ରଖାଯିବ। ଏହାପୂର୍ବରୁ ମ୍ୟାଲେରିଆ, ଟାଇଫଏଡ ଏବଂ ଫ୍ଲୁ ଭଳି ରୋଗ ପାଇଁ ମଧ୍ୟ ଏହିପରି ପରୀକ୍ଷଣ କରାଯାଇଥିଲା।

ଏହି ପରୀକ୍ଷଣଗୁଡିକ କରାଯାଉଛି ଯାହା ଦ୍ୱାରା କରୋନା ଟିକା କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇପାରିବ। ଏହି ସମସ୍ତ ଲୋକଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ରହିବ। ଏହି ବୟସର ଲୋକଙ୍କ ମଧ୍ୟରେ କରୋନାରୁ ମୃତ୍ୟୁ ହେବାର ଆଶଙ୍କା ସର୍ବନିମ୍ନ ରହିଥାଏ। ସେମାନଙ୍କୁ ରୟାଲ ଫ୍ରି ହସ୍ପିଟାଲର ସ୍ପେଶାଲିଷ୍ଟ କ୍ଲିନିକରେ ରଖାଯିବ ଏବଂ ସେମାନଙ୍କର ଲକ୍ଷଣ ଏଠାରେ ନଜର ରଖାଯିବ। ଏହି ଦୁଇ ତିନି ସପ୍ତାହ ପରୀକ୍ଷଣ ପାଇଁ, ଏହି ଲୋକମାନେ ୪୦୦୦ ପାଉଣ୍ଡ ପାଇବେ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪ ଲକ୍ଷ ଟଙ୍କା ହେବ।

୧୮ ବର୍ଷ ବୟସ୍କା ଆଲାଷ୍ଟର ଫ୍ରେଜର ମଧ୍ୟ ଏହି ପରୀକ୍ଷଣର ଏକ ଅଂଶ। ସେ ବିବିସି ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ତାଙ୍କୁ ଅତି କମରେ ଦୁଇ ସପ୍ତାହ ଧରି କ୍ଲିନିକରେ ବନ୍ଦ ରଖାଯିବ ଏବଂ ତାଙ୍କ ଶରୀର ଉପରେ ନଜର ରଖାଯିବ। ସେ କହିଛନ୍ତି ଯେ ଯଦି ଏହି ପରୀକ୍ଷା ସଫଳ ହୁଏ, ତେବେ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିବ, ତେଣୁ ସେମାନେ ଏହି ପରୀକ୍ଷଣର ଏକ ଅଂଶ ହେବାକୁ ପ୍ରସ୍ତୁତ ଅଛନ୍ତି।

ଏହା ବ୍ୟତୀତ, ୨୯ ବର୍ଷିୟ ଜେନିଫର୍ ରାଇଟ୍ ମଧ୍ୟ ଏହି ପରୀକ୍ଷଣର ଏକ ଅଂଶ ହେବେ। ସେ କହିଛନ୍ତି ଯେ ମୋର କିଛି ବନ୍ଧୁ ଅଛନ୍ତି ଯେଉଁମାନେ ଡାକ୍ତରୀ କ୍ଷେତ୍ରରେ କାମ କରନ୍ତି ଏବଂ ଏହି ମହାମାରୀ ସମୟରେ ସେମାନେ ନିଜ ଜୀନକୁ ବାଜି ଲଗାଇ ଦେଇଛନ୍ତି। ଏହି ସମୟରେ, ଆମ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ଘରେ ସୁରକ୍ଷିତ ଅଛନ୍ତି। ଏଭଳି ପରିସ୍ଥିତିରେ, ଯେତେବେଳେ ମୋତେ ଏପରି ସୁଯୋଗ ମିଳିଲା, ମୁଁ ମନା କରି ପାରିଲି ନାହିଁ।

ଏହି ପରୀକ୍ଷା ୧୮ ତମ ଶତାବ୍ଦୀରେ ବୈଜ୍ଞାନିକ ଏଡୱାର୍ଡ ଜେନର୍‌ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଯେତେବେଳେ ସେ ତାଙ୍କର ବଗିଚା କାମ କରୁଥିବା ପୁଅକୁ ଭାଇରସ୍ ଦ୍ୱାରା ସଂକ୍ରମିତ କରିଥିଲେ ଏହା ଜାଣିବା ପାଇଁ ଯେ ତାଙ୍କର ଟୀକା ପ୍ରଭାବଶାଳୀ ଥିଲା କି ନାହିଁ। ସେବେଠାରୁ ଏହି ପରୀକ୍ଷଣ ଅନେକ ସାଂଘାତିକ ରୋଗ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି।

Leave A Reply

Your email address will not be published.