Latest Odisha News

BREAKING NEWS

ଭଦ୍ରକରେ ଚାଞ୍ଚଲ୍ୟ: ଗୋଟିଏ ଘରୁ ବାହାରିଲେ ଶତାଧିକ ନାଗସାପ !

ଭଦ୍ରକ/ଧାମନଗର : ଶହେରୁ ଅଧିକ ନାଗସାପ ବାହାରିଲା ଜଣଙ୍କ ଘରୁ ! ପ୍ରଥମେ ଏହା କାନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ଅଞ୍ଚଳରେ ।

ମିଳିଥିବା ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ନିକଟବର୍ତ୍ତୀ ଶ୍ୟାମପୁର ଗ୍ରାମର ପାଇକସାହି ବିଜୟ ଭୁୟାଁ ଘରୁ ଶତାଧିକ ନାଗସାପ ଛୁଆ ବାହାରିଛନ୍ତି । ଘଟଣାରୁ ପ୍ରକାଶ ଯେ, ରାତିରେ ଶୋଇଥବା ବେଳେ ପରିବାର ଲୋକେ ଏହି ସାପଛୁଆ ଗୁଡ଼ିକୁ ଦେଖିଥିଲେ ।

ପାଇକସାହି ନିବାସୀ ବିଜୟ ଭୁୟାଁଙ୍କ କହିବାନୁସାରେ ସେ ବହୁ ପୂର୍ବରୁ ଘର ମଧ୍ୟରେ ଏକ ନାଗସାପ ଦେଖିଥିଲେ । ସେହି ବିରାଟକାୟ ନାଗସାପଟି ଅଣ୍ଡାଦେବା ପରେ ଛୁଆ ଗୁଡ଼ିକ ଘରମଧ୍ୟରେ ଚଳପ୍ରଚଳ କରିବାକୁ ଚେଷ୍ଟା କରୁଥିଲେ ବୋଲି ଅନୁମାନ କରାଯାଉଛି ।

ତେବେ ସୌଭାଗ୍ୟ ବଶତଃ କାହାକୁ ନାଗସାପ କାମୁଡ଼ି ନାହିଁ । ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି । ଘଟଣାଟି ପ୍ରଘଟ ହେବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜନସାଧାରଣ ପାଇକସାହିସ୍ଥିତ ବିଜୟଙ୍କ ଘରେ ଏହି ଶତାଧିକ ସାପ ଦେଖୁଛନ୍ତି ।

 

 

Leave A Reply

Your email address will not be published.