Latest Odisha News

BREAKING NEWS

କଂଗ୍ରେସ ଦଳ ଅଗଷ୍ଟ ଶେଷ ସୁଦ୍ଧା ବିଧାନସଭାର ପ୍ରାର୍ଥୀ ତାଲିକା ଘୋଷଣା କରିବ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ ଦଳ ।

ଶନିବାର ଦିନ ଗଣମାଧ୍ୟମକୁ ବିବୃତି ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏବର୍ଷ ଅଗଷ୍ଟ ଶେଷ ସୁଦ୍ଧା କଂଗ୍ରେସ ୫୦ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବ” ।

“ରାଜ୍ୟରେ ଆମେ ୧ ନମ୍ବର ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ନିର୍ବାଚନ ଲଢିବୁ । ମୁଁ ନିଶ୍ଚିତ ଯେ, ଏଥର କିନ୍ତୁ ପୂର୍ବ ପରି ଓଡ଼ିଶାର ଜନସାଧାରଣ ଭୁଲ୍ କରିବେ ନାହିଁ ବୋଲି କହିଛନ୍ତି ଓଡ଼ିଶା କଂଗେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ।

ଏଆଇସିସି ସଭାପତି ରାହୁଲ ଗାନ୍ଧୀ ୫ଟି ରାଜ୍ୟରେ ସ୍କ୍ରିନିଂ କମିଟି ଗଠନ କରିବା ପରଦିନ ହିଁ ଏହି ଘୋଷଣା କରାଯାଇଛି ।

ଏହି ସ୍କ୍ରିନିଂ କମିଟିରେ ଓଡ଼ିଶା ରାଜ୍ୟ ଲାଗି ଭିଡ଼ି ସତିଶନ୍ ଚେୟାରମ୍ୟାନ ଭାବେ ମନୋନୀତ ହୋଇଥିବା ବେଳେ ଜିତେନ ପ୍ରସାଦ ଓ ନୌସଦ ସୋଲାଙ୍କି ସଦସ୍ୟ ଭାବେ ରହିଛନ୍ତି ।

ଓପିସିସିର ପରାମର୍ଶ ନେଇ ଏହି ସ୍କ୍ରିନିଂ କମିଟି ହିଁ ଆଗାମୀ ଲୋକସଭା ଓ ବିଧାନସଭାର ଚୂଡ଼ାନ୍ତ ପ୍ରାର୍ଥୀତ୍ୱ କଂଗ୍ରେସ ଦଳ ଲାଗି ମନୋନୀତ କରିବ ।

Leave A Reply

Your email address will not be published.