Latest Odisha News

BREAKING NEWS

ହ୍ରଦରେ ମାଛ ମଡ଼କ….

ବେଙ୍ଗାଲୁରୁ: ପୁଣି ମାଛ ମଡ଼କ । ହ୍ରଦରେ ମରିପଡ଼ିଛନ୍ତି ହଜା ହଜାର ମାଛ । ପାଣିରେ ପଚିସଢି ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହୋଇ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହି ଦୃଶ୍ୟ ହେଉଛି ଦକ୍ଷିଣ ବେଙ୍ଗାଲୁରୁର ମୋଟାନାଲୁରୁ ହ୍ରଦର । ପାଖରେ ଥିବା ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ରାସାୟନିକ ପଦାର୍ଥ ଏହି ଦ୍ରଦରେ ଛଡାଯାଉଛି । ତା ସହିତ ନିଟକରେ ଥିବା କୃଷି କ୍ଷେତ୍ରରୁ ରାସାୟନିକ କୀଟନାଶକ ପଦାର୍ଥ ସବୁ ହ୍ରଦ ପାଣିରେ ମିଶୁଛି । ଯାହା ଫଳରେ ମାଛ ସବୁ ମରି ଭାସୁଛନ୍ତି ।

ସ୍ଥାନୀୟ ଲୋକେ ପାଣିକୁ ବ୍ୟବହାର କରୁଥିବାରୁ ଦୂଷିତ ହେବା ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଜଳ ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା । ହେଲେ ପାଣି ଦୂଷିତ ଆଉ ବିଷାକ୍ତ ହେବାର କାରଣ ଏହି ରାସାୟନିକ ପଦାର୍ଥ ବୋଲି ଜଣାପଡିଛି । କିଛି ବର୍ଷ ହେଲା ଏହି ଜଳ ଅଧିକ ଦୂଷିତ ହୋଇଗଲାଣି । ଯାହାକି ସ୍ଥାନୀୟ ଲୋକଙ୍କ ବ୍ୟବହାର ଉପଯୋଗୀ ନୁହେଁ । ଜଳ ନମୁନା ପରୀକ୍ଷଣ ପରେ ମଧ୍ୟ ଲୋକଙ୍କୁ ଏହି ପାଣି ବ୍ୟବହାର ନେଇ ସତର୍କ କରିଦିଆଯାଇଛି । ଏହି ପାଣି କେବଳ ଚାଷବାସ କରିବା ପାଇଁ ଉପଯୋଗୀ ହୋଇପାରିବ ବୋଲି କୁହାଯାଇଛି ।

Leave A Reply

Your email address will not be published.